ମାର୍ଚ୍ଚ ୨୮ ତାରିଖ ଶନିବାର ଦିନ ଲେଫ୍ରିପଡା ବିଜେପି ମଣ୍ଡଳ ଖ ସଭାପତି ଙ୍କ ସହିତ ସମସ୍ତ ପଦାଧିକାରୀ ଏକ ବୈଠକ କରିଥିଲେ l ସୁନ୍ଦରଗଡ ଭାଜପା ଜିଲ୍ଲା ସ୍ତରୀୟ ପଦାଧିକାରୀ, ମୁଖ୍ୟତଃ ଜୁଏଲଙ୍କ ଅନୁଗତ ତଥା ତାଙ୍କ ପ୍ରତିନିଧିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲେଫ୍ରିପଡା ଖ ମଣ୍ଡଳର ପଦାଧିକାରୀ ଓ କର୍ମକର୍ତ୍ତା ମାନେ। ଦଳର ପୋଷ୍ଟର ମାରିବା ଠାରୁ ଆରମ୍ଭ କରି ଭୋଟ ଗୋଛାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର କାମ ଗତ ୧୯୯୭ ମସିହାରୁ କରି ଆସୁଥିବା ବେଳେ ଆଜି ସେମାନଙ୍କୁ ଆଦର ମିଳିବା ପରିବର୍ତ୍ତେ ଅନାଦର ମିଳୁଛି। ଅପେକ୍ଷା ପରିବର୍ତ୍ତେ ଉପେକ୍ଷା ମିଳୁଛି। ଶୁଭ ଦୃଷ୍ଟି ପରିବର୍ତ୍ତେ ଅଣଦେଖା ମିଳୁଛି। ସବୁଠୁ ବଡ଼ କଥା ହେଉଛି ଭାଜପା କ୍ଷମତାକୁ ଆସିବା ଦିନ ଠାରୁ ସେହି ଅଞ୍ଚଳରେ ଉନ୍ନତି ପରିବର୍ତ୍ତେ ଅବନତି ଘଟୁଛି। ନା ଅଞ୍ଚଳର ଉନ୍ନତି ପାଇଁ ଜିଲ୍ଲା ସ୍ତରୀୟ ପଦାଧିକାରୀ ଚାହୁଁଛନ୍ତି ନା ଉନ୍ନତି କରିବାରେ ଉଦ୍ୟମ କରୁଛନ୍ତି। ସେଥି ପାଇଁ ଆଜି ଏହି ଚରମ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଇସ୍ତଫା ଦେବା କଥା କହିବା ପୂର୍ବରୁ ପ୍ରାୟ ସମସ୍ତେ ଏହି ଅହେତୁକ ଯନ୍ତ୍ରଣାରେ କାନ୍ଦି ପକାଇଛନ୍ତି। ତେବେ ଏମାନେ ଶକ୍ତି ପୀଠ ଚନ୍ଦଲୀରେ ଏକ ଜରୁରୀ ବୈଠକ କରି ଇସ୍ତଫା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ।

More Stories
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ
କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର