ହାଟଡ଼ିହି ଠାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ଓ ଧାରଣା


ବିଭିନ୍ନ ଦାବି ନେଇ ହାଟଡ଼ିହି ବ୍ଲକ ଛକ ଠାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆ ଯାଇଛି। ଡ୍ରାଇଭର ମହାସଂଘର ବ୍ଲକ ସଭାପତି ପ୍ରକାଶ ନାୟକ, ଉପ ସଭାପତି ମୁନା ସାହୁ, କୋଷାଧ୍ୟକ୍ଷ ଧନେଶ୍ୱର ସାହୁ, ଉପଦେଷ୍ଟା ଦିଲିପ ମଳିକ ଙ୍କ ନେତୃତ୍ୱ ରେ ଶତାଧିକ ଡ୍ରାଇଭର ଆଜି କେନ୍ଦ୍ର ସରକାରଙ୍କ ନୂତନ ମୋଟର ଚାଳନା ଆଇନି କୁ ବିରୋଧ କରି ନାରାବାଜି ଦେବା ସହିତ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ଦାବି କରିଛନ୍ତି। ନୂତନ ମୋଟର ଚାଳନା ଆଇନି ହିଟ ଆଣ୍ଡ ରନ ମାମଲା ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।


error: Content is protected !!