ମୋଟୁ:(ତରୁଣ କୁମାର ହାତୀ):- ମୋଟୁ ଠାରେ ସଡ଼କ ସୁରକ୍ଷା ସପ୍ତାହରେ ସଚେତନତା ଶୋଭାଯାତ୍ରା |ମୋଟୁ 06-01 ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ଅଭିଯାନ ସପ୍ତାହ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ର ମୋଟୁ ଥାନା ଏବଂ ମଧୁ ସୁଧନ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ସୁରକ୍ଷା ସଚେତନତା ନିମନ୍ତେ ମୋଟୁ ଥାନା ପୋଲିସ ମଧୁ ସୁଧନ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ର ଶିକ୍ଷକ ଉପସ୍ଥିତ ରହି ଶୋଭାଯାତ୍ରା ମାଧ୍ୟମରେ ବିଭିନ୍ନ ସଡ଼କ ସୁରକ୍ଷା ନାରା ଦେବା ସହ ବିଦ୍ୟାଳୟ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସହର ପରିକ୍ରମା କରିବା ସହ ବିଭିନ୍ନ ଗାଢ଼ୀ କୁ ଅଟକାଇ ସିଟବେଲ୍ଟ ଏବଂ ହେଲମେଟ, ମଟର ସାଇକେଲ ରେ ତିନି ଜଣ ଯାତାୟାତ ନ କରିବା ଏବଂ ମଦ ପିଇ ଗାଡ଼ି ନ ଚଲେଇବା ଭଳି ବିଭିନ୍ନ ସଚେତନତା ବାର୍ତା ଦେବା ସହ ସେମାନଙ୍କୁ ଫୁଲ ତଡ଼ା ଚକଲେଟ ବିସ୍କୁଟ ଦେଇ ସୋମ୍ମାନ କରିଥିଲେ |


error: Content is protected !!