ଭଦ୍ରକ ଜିଲ୍ଲା ତିହିଡି ମାଟିର ଐତିହ୍ୟ ପରମ୍ପରା ଓ ସାଂସ୍କୃତିକ ପରିଚୟ ସୃଷ୍ଟି କରିଛି ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ, ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଙ୍କ ବୀଜୟ ଯାତ୍ରାରେ ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥିଲା ଉତ୍ସବ ମୁଖରିତ l ଏହି ଅବସରରେ ତିହିଡି ଶ୍ରୀରାମ ନବମୀ ସମିତି ପକ୍ଷରୁ ପବିତ୍ର ବିଜୟା ଦଶମୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ତିହିଡି ବଜାର ସୁନ୍ଦର ତୋରଣ ସାଙ୍ଗକୁ ଆଲୋକ ମାଳାରେ ସୁସଜ୍ଜିତ ହୋଇଛି । ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରୁ 50 ରୁ ଉର୍ଦ୍ଧ ଶ୍ରୀରାମ ମେଢ ଏଥିରେ ସାମିଲ ହୋଇଥିଲେ, । ଲକ୍ଷ ଲକ୍ଷ ରାମଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା, ଜୟ ଶୀରାମ ଧ୍ୱନିରେ ତିହିଡି ବଜାର ପ୍ରକମ୍ପିତ ହୋଇ ଉଠିଥିଲା । ମେଢ ଗୁଡିକ ଡିଜେ ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ ଆଦି ପରିବେଷଣ କରି ଦର୍ଶକଙ୍କ ମନମୋହିତ କରୁଥିଲା l ରଙ୍ଗିଲା ଟୋକାଙ୍କ ଡ୍ୟାନ୍ସ ଭାରି ମନଲୋଭା ଦେଖିବାକୁ ଥିଲା l ତିହିଡି ବଜାର ଅତିକ୍ରମ କରୁଥିବା ସମୟରେ ପୁରା ପରିବେଶ ଉତ୍ସବ ମୁଖରିତ ହୋଇ ଉଠିଥିଲା । ମେଢ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଶ୍ରଦ୍ଧାଳୁ ମାନଙ୍କ ଲାଗି ତିହିଡିର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦହିପଣା, ଥଣ୍ଡା, ସରବତ ଠାରୁ ଆରମ୍ଭ କରି ବଭିନ୍ନ ପ୍ରକାର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ମେଢ ଗୁଡିକ ନୂଆପୋଖରୀ ନିକଟସ୍ଥ ରାମ ମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀରାମ ନବମୀ ସମିତି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଶ୍ରୀରାମ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ତତ୍ଵଧିକ ତତ୍ପର ଥିଲେ l ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦିବେଦୀ,ଆରକ୍ଷୀ ଅଧିକ୍ଷକ ସମ୍ବିତ କୁମାର ମାଝୀ, ଚାନ୍ଦବାଲି sdpo ପ୍ରଭାସ ଚନ୍ଦ୍ର ସାହୁ,ତିହିଡି ବିଡିଓ ନିରଞ୍ଜନ ବାରିକ,ତହସିଲଦାର ସମେତ ତିହିଡି ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ପୀରହାଟ ଥାନାଧିକାରୀଣୀ ରୋଜାଲିନ ବେହେରା, ବାଂଶଡା ଥାନାଧିକାରୀ MD ହାଫିଜ ଘଟଣାସ୍ଥଳରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଉଚ୍ଚଶିକ୍ଷା, କ୍ରୀଡା, ସଂସ୍କୃତି,ଯୁବବେପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ବିଜୟା ଦଶମୀକୁ ମନୋଭରୀ ଉପଭୋଗ କରୁଥିଲେ , ବରିଷ୍ଠ ନେତା ଅଜୟ ନାୟକ,ନୀଳମଣି ସାବତ, ମିତ୍ରଭାନୁ ଦାସ, ଅବନ୍ତୀ ଦାସ, ସୁରେନ୍ଦ୍ର ନାୟକ ଓ ଶ୍ରୀରାମ ନବମୀ ସମିତିର ସଭାପତି, ଉପସଭାପତି ସମେତ ପ୍ରମୁଖ ଉପସ୍ଥିତ ଥିଲେ ।


More Stories
ଦ୍ବିତୀୟ ଦିନର ଉଦଯାପନୀ ସନ୍ଧ୍ୟାରେ ସିନେତାରା ସିଦ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥିତି ଓ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ |
ଅଦିନିଆଁ ବର୍ଷା ଝଡ ତୋଫାନ ରେ ଗଛ ଭାଙ୍ଗି ଘରେ ପଡିଯିବାରୁ ଅଳ୍ପକେ ବର୍ତିଲେ ପରିବାରବର୍ଗ |
ଭଦ୍ରକ ଓକିଲ ସଂଘର ନୂଆ ସଭାପତି ଅରୁଣ ଚାନ୍ଦ ଓ ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ନିର୍ବାଚିତ |