ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଭୁବନ ବ୍ଲକ ଶିକ୍ଷାନୁଷ୍ଠାନ ପରିଦର୍ଶନ


ଢେଙ୍କାନାଳ:(ନିର୍ମଳ ଗଡନାୟକ):- ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ବିଭାଗର ସଦସ୍ୟ ଅକ୍ଷୟ କୁମାର ବେହେରା ଲଗାତର ୩ଦିନ ଧରି ଜିଲ୍ଲାର ବିଭିନ୍ନ ଶିକ୍ଷାନଷ୍ଠାନ ପରିଦର୍ଶନ ଜାରି ରଖିଛନ୍ତି ।ପ୍ରଥମେ ପରଜଙ୍ଗ ବ୍ଲକ ଦ୍ଵିତୀୟ ଦିନରେ କାମାକ୍ଷାନଗର ବ୍ଲକର କେତେକ ଅଙ୍ଗନୱାଡ଼ି କେନ୍ଦ୍ର,ବିଦ୍ୟାଳୟ ଓ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଶ୍ରୀ ବେହେରା ଯାଇ ମଧ୍ୟାହ୍ନ ଭୋଜନର ମାନ ପରଖିବା, ରୋଷେଇଶାଳା ଠାରୁ ବିଦ୍ୟାଳୟର ପରିବେଶ ଅନୁଧ୍ୟାନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ ।ତୃତୀୟ ଦିନରେ ଅର୍ଥାତ୍ ବୁଧବାର ଦିନ ଜିଲ୍ଲାର ଭୁବନ ବ୍ଲକ ପରିଦର୍ଶନରେ ଯାଇ ସିଆରିମାଳିଆ ଅଙ୍ଗନୱାଡ଼ି କେନ୍ଦ୍ର, ବଡ଼ମୁକ୍ତାପଶି ଅଙ୍ଗନୱାଡ଼ି କେନ୍ଦ୍ର,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡମୁକ୍ତାପଶି , ଟିପିଲେଇ ଅଙ୍ଗନୱାଡ଼ି କେନ୍ଦ୍ର, ଟିପିଲେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭାଦଳିଆପଶି କୋହ୍ଲ ସାହି ଅଙ୍ଗନୱାଡ଼ି କେନ୍ଦ୍ର, ଭାଦଳିଆପଶି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭୂଷାଲ ଅଙ୍ଗନୱାଡ଼ି କେନ୍ଦ୍ର, ଭୂଷାଲ କୀର୍ତ୍ତନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭୂଷାଲ କୀର୍ତ୍ତନପୁର ହାଇସ୍କୁଲ ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମଲ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଳରାମପୁର ଓ ଡମଶାଳା ସେବାଶ୍ରମ ପ୍ରଭୁତି ବିଦ୍ୟାଳୟ ମାନଙ୍କୁ ଯାଇ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ । ପରିଦର୍ଶନରେ ଯାଇଥିବା ଶିକ୍ଷାନୁଷ୍ଠାନ ଗୁଡିକର ପରିବେଶକୁ ଅନୁଧ୍ୟାନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ ।ତୁରନ୍ତ ପରିବେଶକୁ ସୁଧାରିବା ପାଇଁ ଶ୍ରୀ ବେହେରା ଅନୁଷ୍ଠାନ ଗୁଡ଼ିକୁ ପରାମର୍ଶ ଦେଇଥିଲେ ।ରାଜ୍ୟ ସରକାର ସଦାସର୍ବଦା ଯୋଗାଇ ଦେଉଥିବା ଛାତ୍ର ଛାତ୍ରୀଙ୍କ ଖାଦ୍ୟର ମାନ, ସୁଧତା ଓ ପୃଷ୍ଟିକର ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ ବୋଲି ଏହା ଉପରେ ଶ୍ରୀ ବେହେରା ଗୁରୁତ୍ବ ଦେଇଥିଲେ ।


error: Content is protected !!