ଏବେ ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ସର୍ପ ଦଂଶନରେ ନଷ୍ଟ ହେବାକୁ ବସିଛି ଗୋଡ଼, ତଥାପି 20 ବର୍ଷ ଧରି ଚାଲିଛି ଝଡ଼ାଫୁଙ୍କା


ନବରଙ୍ଗପୁର:(ନିର୍ମଳ ବିଷୋୟୀ):- ଏବେ ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ସର୍ପ ଦଂଶନରେ ନଷ୍ଟ ହେବାକୁ ବସିଛି ଗୋଡ଼, ତଥାପି 20 ବର୍ଷ ଧରି ଚାଲିଛି ଝଡ଼ା ଫୁଙ୍କା। ସ୍ୱାଧୀନତାର ଅନେକେ ବର୍ଷ ପରେ ମଧ୍ୟ୍ୟ ସଚେତନତା ଅଭାବ, ବାଜି ଲାଗିଛି ଜୀବନ ଅନ୍ଧବିଶ୍ୱାସଙ୍କୁ ଭରସା।ପୁଣି ଏକ ଅନ୍ଧବିଶ୍ବାସ ଘଟଣା ସର୍ପ ଦଂଶନରେ ନଷ୍ଟହେବାକୁ ବସିଛି ଗଡ଼ ! ଅନ୍ଧ ବିଶ୍ୱାସ ର କରୁଣ ପରିନୀତି 20ବର୍ଷ ଉର୍ଦ୍ଧ ହବ ଚିକିତ୍ସା ବଦଳରେ କରୁଛନ୍ତି ଝଡ଼ା ଫୁଁକା ! ଆଦିବାସୀ ଆଦୁଷିତ ଅଞ୍ଚଳର ଲୋକେ ଆଜି ବି ଅନ୍ଧ ବିଶ୍ୱାସ କୁ ବିଶ୍ୱାସ କରୁଛନ୍ତି ନିରୀହ ଆଦିବାସୀ ଆଦୁଷିତ ଗାଁ ମାନଙ୍କ ରେ ସ୍ୱାଧୀନତା ର ଅନେକେ ବର୍ଷ ପରେ ମଧ୍ୟ୍ୟ ଏମାନ ଙ୍କ ପାଖରେ ପହଞ୍ଚି ପାରୁ ସଚେତନତା ! ସଚେତନତା ଅଭାବ ରୁ ସ୍ଵାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ବଦଳ ରେ କରୁଛନ୍ତି ଝଡା ଫୁଁକା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ! ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତ ଅନ୍ତର୍ଗତ ପକନାଗୁଡା ଗାଁ ର ଗଙ୍ଗାଧର ନାୟକ ଚାଷ ଜମିରେ ଯାଇଥିବା ସମୟ ରେ ଏକ ବିଷ ଧର ନାଗ ସାପ ବାମ ଗୋଡ ରେ କାମୁଡି ଥିଲା । ଏକ ବିଷ ଧର ନାଗ ସାପ କାମୁଡି ଥିବା ଜାଣି ସେ ସଙ୍ଗେ ସଙ୍ଗେ ଘର କୁ ଆସି ପରିବାର ଲୋକଙ୍କୁ ଜଣାଇ ଥିଲେ । ଏହା ପରେ ପରିବାର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପରିବର୍ତ୍ତେ ଝଡା ଫୁଙ୍କା କରିଥିଲେ । ଅନ୍ଧ ବିଶ୍ୱାସ ର କରୁଣ ପରିନୀତି 20ବର୍ଷ ଉର୍ଦ୍ଧ ହବ ଚିକିତ୍ସା ବଦଳରେ କରୁଛନ୍ତି ଝଡ଼ା ଫୁଁକା ! ନିରୀହ ଆଦିବାସୀ ଲୋକେ ସଚେତନତା ଅଭାବ ଯୋଗୁ ଚିକିତ୍ସାଳୟ ଉପରେ ଭରସା ନ କରି ଝଡା ଫୁଙ୍କା କୁ ବିଶ୍ୱାସ କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସେମଳା ପଞ୍ଚାୟତ ଅନ୍ତର୍ଗତ ପକନା ଗୁଡା ଗାଁ ର ଗଙ୍ଗାଧର ନାୟକ। ଆଜି କୁ 20 ବର୍ଷ ରୁ ଉର୍ଦ୍ଧ ହବ ତାଙ୍କ ଗୋଡ଼ରେ ହେଇଥିବ ଘା ଦିନ କୁ ଦିନ ବଡ଼ି ବଡ଼ି ଯାଉଛି।ଅନ୍ଧ ବିଶ୍ୱାସ ରେ ରହି କଷ୍ଟ ଭୋଗୁଛନ୍ତି ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଅନ୍ଧ ବିଶ୍ୱାସ ରେ ରହିଥିବା ଲୋକଙ୍କୁ ସଚେତନତା କରେଇବାର ଆବଶ୍ୟକ ଅଛି।ସଚେତନତା ର ଅଭାବ ଯୋଗୁଁ ଲୋକେ ମେଡିକାଲ ନ ଯାଇ ଝଡା ଫୁଙ୍କା କୁ ଗୁରୁତ୍ୱ ଦେଉଛନ୍ତି। ସରକାରୀ ଏବଂ ପ୍ରଶାସନ ଏତିପ୍ରତି ଦୃଷ୍ଟି ଦେଇ ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।


error: Content is protected !!