ଗ୍ୟାସ ଚୁଲିରୁ ନିଆଁ ଲାଗି ମହିଳା ମୃତ


ଗ୍ୟାସ ଚୁଲିରୁ ନିଆଁ ଲାଗି ମହିଳା ମୃତ। ପରିବାର ରେ ଶୋକର ଛାୟା। ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବଡ଼ରମ୍ପାସ ଗାଁରେ ଘଟିଛି ଅଘଟଣ। ଗାଁର ପିତାମ୍ବର ମଲ୍ଲିକ ଙ୍କ ସ୍ତ୍ରୀ ପାର୍ବତୀ ପରିବାର ସଦସ୍ୟ ଙ୍କ ପାଇଁ ରୋଷେଇ କରୁଥିବା ସମୟରେ ଅଚାନକ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଗ୍ୟାସ ର ନିଆଁ ପାର୍ବତୀ ଙ୍କ ଶାଢୀରେ ଲାଗିବା ପରେ ସେ ଜୀବନ୍ତ ଦଗ୍ଧ ହୋଇ ମୃତୁବରଣ କରିଛନ୍ତି। ମୃତଦେହ କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି।


error: Content is protected !!