ଏମ୍ ଆଇ, ଉପଜିଲ୍ଲାପାଳ, ଏ ସି ଏସ୍ ଓ ଏବଂ ସି ଏସ୍ ଓ ଙ୍କ ମଧୁଚନ୍ଦ୍ରିକାକୁ ବିରୋଧ କରି ଦୁତିମେଣ୍ଡିରେ ୪ଘଣ୍ଟା ରାସ୍ତା ରୋକ୍


କନ୍ଧମାଳ : ଏମ୍ ଆଇ, ଉପଜିଲ୍ଲାପାଳ, ଏ ସି ଏସ୍ ଓ ଏବଂ ସି ଏସ୍ ଓ ଙ୍କ ମଧୁଚନ୍ଦ୍ରିକା କୁ ବିରୋଧ କରି ଦୁତିମେଣ୍ଡି ରେ ୪ ଘଣ୍ଟା ରାସ୍ତା ରୋକ। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ତଥା ଗରିବ ଖଟିଖିଆ ଲୋକ ଙ୍କ ପାଇଁ ଦୁଇ ଓଳି ଖାଇବାକୁ ଯୋଗାଇ ଦେବା ପାଇଁ ଖାଦ୍ଯ ନିରାପତ୍ତା ଆଇନ କରି ସରକାର ରାଜ୍ୟର ପ୍ରତି ପଂଚାୟତ ରେ ରାଶନ କାର୍ଡ ଧାରୀ ଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ଦାୟୀତ୍ୱ ରେ ଥିବା କର୍ମଚାରୀ ଯଥା ଖଜୁରୀପଡ଼ା ଖାଦ୍ୟନିରୀକ୍ଷଣ ଅଧିକାରୀଣୀ ପି ଭାର୍ଗବୀ (M I ).ଫୁଲବାଣୀ ଉପଜିଲ୍ଲାପାଳ, ଏସି ଏସ୍ ଓ ପାଣିଗ୍ରାହୀ,ଏବଂ ସି ଏସ୍ ଓ, ଗ୍ୟାନେନ୍ଦ୍ରିୟ ମିଶ୍ର ଙ୍କ ଲାଞ୍ଚ ଖିଆ ପ୍ରଣାଳୀ କୁ ଦୁତିପଡ଼ା ଲ୍ୟାମ୍ପସ୍ ର ଦୁତିମେଣ୍ଡି ବିକ୍ରୟ କେନ୍ଦ୍ର ର ବିକ୍ରେତା ବିରୋଧ କରିଥିବାରୁ ଏହି ଅଧିକାରୀ ମାନେ ନିଜର ସରକାରୀ ଅଫିସର୍ ର ବାହୁ ବଳ ପ୍ରୟୋଗ କରି ଦୁତିମେଣ୍ଡି ବିକ୍ରୟ କେନ୍ଦ୍ର କୁ ଖଜୁରୀପଡ଼ା ଲ୍ୟାଂମ୍ପ କୁ ହସ୍ତାନ୍ତର କରିବା ଯୋଜନା କରିଥିଲେ l ଏହି ଦୁର୍ନୀତି କାରି ଅଫିସର୍ ମାନଙ୍କ ର ଖାଉଟି ମାନଙ୍କୁ ଲୁଟିବା ଯୋଜନା କୁ ଫଣ୍ଡର୍ କରିବା ପାଇଁ ନିଜର ହକ୍ ନିମନ୍ତେ ଖାଉଟି ଉପଭୋକ୍ତା ମାନେ ରାଜରାସ୍ତା କୁ ଓଲ୍ହାଇ ଥିବା ଦେଖିବାକୁ ମିଳିଛି l ଉକ୍ତ କର୍ମଚାରୀ ମାନଙ୍କ ଅନ୍ୟାୟ ଅନୀତି କାର୍ଯ୍ୟକ୍ରମ ଯୋଗୁଁ ନିରୀହ ଗରିବ ଜନସାଧାରଣ ମାନେ ସରକାର ଙ୍କ ରାଶନ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଦ୍ଵାରା ବାଧ୍ୟ ହୋଇ ନିଜର ହକ ପାଇଁ ଆନ୍ଦୋଳନ ପ୍ରଥା ଆପଣେଇବାକୁ ବାଛି ନେଇଥିବା କହିଛନ୍ତି । କନ୍ଧମାଳ ଜିଲ୍ଲା ଏବଂ ଖଜୁରୀପଡା ବ୍ଲକ୍ ର ପ୍ରତି ପଂଚାୟତରେ ରାଶନ ଚାଉଳ ବଣ୍ଟନ ହେଉଥିବା ବେଳେ ଦୁତୀମେଣ୍ଡି ପଂଚାୟତ କୁ ଏ ପର୍ଯନ୍ତ ଚାଉଳ ଆସି ନ ଥିଲା । ଏହି ପଂଚାୟତ ବାସୀ ଦୂତୀପଡ଼ା ଲ୍ଯାମ୍ପ ସି. ଏସ୍ ତରଫରୁ ଦୁତୀମେଣ୍ଡି ଠାରେ ରାଶନ ଚାଉଳ ପୂର୍ବରୁ ପାଇ ଆସୁଛନ୍ତି l କିନ୍ତୁ କନ୍ଧମାଳ ଜିଲ୍ଲା ଏବଂ ଖଜୁରୀପଡ଼ା ବ୍ଲକ୍ କୁ ଏଭଳି ଦୁର୍ନତି କାରି ଅଫିସର୍ ବା ଖାଉଟି ଙ୍କ ଲୁଟେରା ମାନେ ଆସିଥିବା ଯୋଗୁଁ ଏ ପର୍ଯନ୍ତ ରାଶନ ଚାଉଳ ଲ୍ୟାମ୍ପ କୁ ଆସିନ ଥିଲା l ଫଳରେ ପଞ୍ଚାୟତ ବାସୀ ରାଶନ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି l ତେଣୁ ଖାଉଟି ଉପଭୋକ୍ତା ମାନେ ବାଧ୍ୟ ହେଇ ଦୁତିମେଣ୍ଡି ବିକ୍ରୟ କେନ୍ଦ୍ର ସମ୍ମୁଖ ରାଜ୍ୟ ରାଜ ପଥ ରେ ରାସ୍ତା ଅବରୋଧ କରିଥିଲେ l ପ୍ରାୟ ୪ ଘଣ୍ଟା ଧରି ଫୁଲବାଣୀ ଭୁବନେଶ୍ୱର ଜାତୀୟ ରାଜପଥ ୧୫୭ କୁ ଅବରୋଧ କରିଥିଲେ l ରାସ୍ତା ଅବରୋଧ ଖବର ପାଇ ଘଟଣା ସ୍ଥଳରେ ପୋଲିସ ବାହିନୀ ସହିତ ଖଜୁରୀପଡ଼ା ବିଡ଼ିଓ ଜର୍ଜ ଡୁଙ୍ଗୁ ଡୁଙ୍ଗୁ,ଜିଲ୍ଲା ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର୍ ପାଣିଗ୍ରାହୀ,ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ପି.ଭାର୍ଗବୀ ପହଞ୍ଚି ହିତାଧିକାରୀ ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଉତକ୍ତ ଲୋକେ କିଛି ମଧ୍ୟ ବୁଝି ନ ଥିଲେ । ଦୁର୍ନୀତି କାରି ଅଫିସର୍ ମାନେ କେଭାଳି ଭାବେ ଲାଞ୍ଚ ନେଉଛନ୍ତି, କାହା ମାଧ୍ୟମରେ ଲାଞ୍ଚ ମାଗିଥାନ୍ତି ତାର କଲ୍ ରେକର୍ଡ ସର୍ବ ସମ୍ମୁଖରେ ଶୁଣା ଯିବ ଏବଂ ଦୁତିମେଣ୍ଡି ବିକ୍ରୟ କେନ୍ଦ୍ର ର ବିକ୍ରେତା କାହିଁକି ଏ ଦୁର୍ନୀତି କରି ଅଫିସର୍ ମାନଙ୍କୁ ଲାଞ୍ଚ ଦେବ ? ଆଉ କାହିଁକି ଦୁତିପଡ଼ା ଲ୍ୟାମ୍ପସ୍ ଲାଇସନ୍ସ ଖଜୁରୀପଡ଼ା କୁ ଦିଆ ଯିବ ତାହା ନିଷ୍ପତି ନ ହେବା ଯାଏଁ କୌଣସି ସମଧାନ ହେବ ନାହିଁ ବଲି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି କୁନା ଦିଗାଲ ଏବଂ ଦୁତିମେଣ୍ଡି ପଞ୍ଚାୟତ ର ସରପଞ୍ଚ ଦମୟନ୍ତୀ ମଲ୍ଲିକ ଓ ଦୁତିମେଣ୍ଡି ଲ୍ୟାମ୍ପସ୍ ର ସଭାପତି ଇନ୍ଦ୍ରଦମ୍ନ ମତ ରଖିଛନ୍ତି l


error: Content is protected !!