ଘରଇ କହଳକୁ ନେଇ ସ୍ଵାମୀ ସ୍ତ୍ରୀ ଆତ୍ମହତ୍ୟା


ବୈପାରିଗୁଡ଼ା:(ଗୋମତି ପାଙ୍ଗି):- ଘରଇ କହଳକୁ ନେଇ ସ୍ଵାମୀ ସ୍ତ୍ରୀ ଆତ୍ମହତ୍ୟା। ସ୍ତ୍ରୀ ପ୍ରଥମେ ଘର ଭିତରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜାଣି ସ୍ଵାମୀ ଘର ପାଖ ଏକ କାଜୁ ବଗିଚା ଗଛରେ ଦୁଇଟି ଟାୱାଲ ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ମୃତ୍ୟୁ କରିଥିବା ସ୍ଵାମୀ ସ୍ତ୍ରୀ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଭାଲିଆ ପଦର ଗ୍ରାମର ଜୀନୁ ପାରଜା ବୟସ (୪୫) ଓ ସ୍ତ୍ରୀ ରୁକ ପରଜା(୪୦) ବୋଲି ଜଣା ପଡ଼ିଛି । ତେବେ କୌଣସି କାରଣ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଘରଇ କହଳ ଆରମ୍ଭ ହୋଇଥିଲା । ଫଳରେ ଦୁହେଁ ଦୁହିଁଙ୍କୁ ଉତ୍ତ୍ୟକ୍ତ ହୋଇ ଫାଶୀ ହୋଇ ଥିବା ସୂଚନା ମିଳିଛି। ଖବର ପାଇ ବୈପାରିଗୁଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୈପାରିଗୁଡ଼ା ନିଆ ଯାଇଛି। ଆତ୍ମହତ୍ୟା କରିଥିବା କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ଏବଂ ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣା ପଡ଼ିବ ବୋଲି ବୈପାରିଗୁଡ଼ା ପୋଲିସ ପକ୍ଷରୁ ସୂଚନା ରହିଛି।


error: Content is protected !!