ଭାବପୂର୍ଣ୍ଣ ପରିବେଷରେ ଘୁରି ବୁଲୁଛନ୍ତି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଅର୍ପଣ ରଥ


ଢେଙ୍କାନାଳ:(ନିର୍ମଳ ଗଡନାୟକ):- ଚଳିତ ଜାନୁଆରୀ ମାସ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଲାଗି ପଞ୍ଚାୟତରୁ,ବ୍ଲକ ,ଜିଲ୍ଲାରୁ ରାଜ୍ୟ ସବୁଠି ଜଗନ୍ନାଥ ସଂସ୍କୃତି ଭକ୍ତଙ୍କ ମାହୋଲ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ବ୍ଲକ ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘ ସଭାପତି ମନ୍ମଥ ନାୟକଙ୍କ କରକମଳରେ ଗତ ଶନିବାର ଲୋକାର୍ପିତ କରାଯାଇଥିଲା ।ସେହି ଦିନ ଠାରୁ ଜାରି ରହିଛି ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତରେ ଜୟ ଜଗନ୍ନାଥଙ୍କ ଅର୍ପଣ ରଥ ।ଓଡ଼ିଆ ସଂସ୍କୃତିର ପ୍ରତୀକ ଜଗତର ନାଥ ଜଗନ୍ନାଥଙ୍କ ଅର୍ପଣ ଉତ୍ସବ ମୁଖରିତ କରିବା ପାଇଁ ଆଜି ସମଗ୍ର ଅଞ୍ଚଳରେ ଚଳଚଞ୍ଚଳ ହୋଇଯାଇଛି ।କାରଣ କୌଣସି ପର୍ବ ନଥାଇ ପ୍ରତ୍ୟେକ ପଞ୍ଚାୟତର ଗାଁ ଗହଳି ଉତ୍ସବ ମୁଖରିତ ହୋଇଯାଇଛି ଗାଁକୁ ଗାଁ ରଥ ବୁଲିବା ନେଇ ପରସ୍ପର ମଧ୍ୟରେ ଭକ୍ତିଭାବ ଜାଗ୍ରତ ସୃଷ୍ଟି କରିବା ଓ ଜଗନ୍ନାଥ ସଂସ୍କୃତିର ଗାରିମାକୁ ପ୍ରଚାର ପ୍ରସାର କରିବା ପାଇଁ ଆଜି ସମସ୍ତେ ତତ୍ପର ହୋଇଯାଇଛନ୍ତି ।ଯାହା ଫଳରେ ପ୍ରତ୍ୟେକ ପଞ୍ଚାୟତର ଗାଁ ମାନଙ୍କରେ ଅର୍ପଣ ରଥକୁ ବନ୍ଦାପନା ,ଦାଣ୍ଡ ଓ ଘର ସମ୍ମୁଖରେ ସୁସଜ୍ଜିତ ରଙ୍ଗରେ ଜଗନ୍ନାଥଙ୍କ ଚିତ୍ର , ନାମ ସଙ୍କୀର୍ତ୍ତନ ପ୍ରଭୃତି ଧ୍ବନିରେ ପ୍ରକମ୍ପିତ ହେଉଛି ଗାଁ ଦାଣ୍ଡ । ସବୁ ମହଲରେ ଉତ୍ସାହ ଉଦ୍ଦୀପନା ,ଆବେଗ ଉଦବେଗ ସୃଷ୍ଟି କରିବା ସହ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି ।


error: Content is protected !!