April 9, 2026

Now Odisha

Now Odisha

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା |

Spread the love

କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା ଓ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅରଡ଼ପଲ୍ଲୀ ଗ୍ରାମର ଝାଣ୍ଟୁ ଜେନା ଓ ତାଙ୍କର ସହଯୋଗୀ ମିଶି ଦୁଇଟା ହାଇଓ୍ବା ଅଟକାଇ ଡ୍ରାଇଭର ଓ ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ମାଡ଼ ମାରି ତାଙ୍କ ଠାରୁ ୪୦ ହଜାର ଟଙ୍କା ଟଙ୍କା ଓ ତିନୋଟି ମୋବାଇଲ ଛଡ଼ାଇ ନେଇଛନ୍ତି।

ଏଥିରେ ଡ୍ରାଇଭର ଆହତ ହୋଇଥିଲେ। ଏହାକୁ ନେଇ ଉକ୍ତ ଡ୍ରାଇଭର ତନ୍ତିଆପାଳ ମେରାଇନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ତନ୍ତିଆପାଳ ଥାନା ଅଧିକାରୀ ରତିରଞ୍ଜନ ନାୟକ କେସ୍‌ ନଂ ୫୪/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଘଟଣାରେ ଉପର ଲିଖିତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ସେମାନଙ୍କ ଠାରୁ ମାରଣାସ୍ତ୍ର, ୨୦ ହଜାର ଟଙ୍କା ଓ ଦୁଇଟା ମୋଟରସାଇକେଲ ମଧ୍ୟ ଜବତ କରିଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଥାନାଧିକାରୀ ରତିରଞ୍ଜନ କହିଛନ୍ତି। ।

error: Content is protected !!