ଜଟଣୀ ଖେଳ ଟିକେ ଅଲଗା ପ୍ରକାର


ଖେଳ ତ ସବୁଆଡେ ହେଉଛି.. ଓ ବିଭିନ୍ନ ପ୍ରକାରର ଖେଳ ବି ହେଉଛି.. କିନ୍ତୁ ଜଟଣୀ ବ୍ଲକ ଅନ୍ତର୍ଗତ.. ପଦନପୁର ପଞ୍ଚାୟତ ଅଧୀନ.. ବଡତୋଟା ଗ୍ରାମରେ ହୋଇଥିବା ଖେଳ.. ଟିକେ ଅଲଗା ପ୍ରକାରର ଥିଲା…ଏଠାରେ ମୁକ୍ତେଶ୍ଵର କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ.. ଷୋହଳ ତମ ପଞ୍ଚାୟତ କ୍ରିକେଟ ପ୍ରେମିୟର ଲିଗ.. ବଡ଼ ଆକର୍ଷଣୀୟ ଥିଲା…ବଡତୋଟା ଗ୍ରାମ ତଥା ନିକଟବର୍ତ୍ତୀ ଅଞ୍ଚଳର.. ଯୁବପିଢ଼ି ଏବଂ ବୁଦ୍ଧିଜୀବୀ ମାନେ.. ଏହି ଖେଳକୁ ବଡ଼ ଧୂମଧାମରେ ଆୟୋଜନ କରିଥିଲେ.. ଖେଳ ସାଙ୍ଗକୁ ଚିଅର ଗାର୍ଲ ମାନଙ୍କ ନୃତ୍ୟ.. ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି କରିଥିଲା..ଆଉ ସବୁଠୁ ବଡ କଥା ହେଲା.. ଏହି ଖେଳକୁ ସହଯୋଗ କରିବାରେ.. ଜଟଣୀ ବିଜେଡି ଵେଶ ଆଗୁଆ ଥିଲା.. ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି.. ତଥା ଜଟଣୀର ପୂର୍ବତନ ବିଜେଡି ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ.. ଓ ଜଟଣୀ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟଙ୍କ ଠାରୁ ଆରମ୍ଭ କରି.. ଜଟଣୀ ବିଜେଡିର ଆଗ ଧାଡିର କର୍ମକର୍ତ୍ତା ମାନେ.. ଏହି ଖେଳକୁ ସହଯୋଗ କରିବାରେ.. ଵେଶ ଆଗୁଆ ଥିଲେ… ଏପରିକି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ.. ଜଟଣୀର ଜନପ୍ରିୟ ନେତା ତଥା.. ପୂର୍ବତନ ବିଜେଡି ବିଧାୟକ ବିଭୁତି ବାବୁ.. ନିଜେ ଖେଳ ପଡିଆକୁ ଓଲ୍ହାଇ.. ବ୍ୟାଟିଙ୍ଗ କରିବାକୁ ବି ପଛାଇ ନଥିଲେ.. ତେବେ ଆସନ୍ତୁ ଦେଖିବା ଏ ବାବଦରେ.. ଆମ ଜଟଣୀ ପ୍ରତିନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ୱତନ୍ତ୍ର ଉପସ୍ଥାପନା।


error: Content is protected !!