ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛେଳି ଚରାଳିଙ୍କ ଶୋଚନୀୟ ମୃତ୍ୟୁ


ଢେଙ୍କାନାଳ:(ନିର୍ମଳ ଗଡ ନାୟକ):- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ଦଦରାଘାଟି ଫାଣ୍ଡି ଅଞ୍ଚଳରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଉକ୍ତ ଫାଣ୍ଡି ଅଧିନସ୍ଥ ବସୁଲେଇ ଗ୍ରାମର ରାଘବ ରାଉତଙ୍କ ସାନ ପୁଅ ବଳରାମ ରାଉତ ୨୫ ବର୍ଷ ନିଜର ଛେଳି ଚରାଇବାକୁ ଗାଁ ନିକଟରେ ଥିବା ମାହାତଳା ପଡିଆକୁ ସକାଳ ପ୍ରାୟ ୧୧. ଟା ସମୟରେ ନେଇଥିଲେ ।ସେହି ପଡିଆ ଦେଇ ଉଚ୍ଚ ସମ୍ପନ୍ନ ଜୀବନ୍ତ ବିଦ୍ୟୁତ୍ ତାର । ପଡିଆରେ ଏକ ଶାଗୁଆନ ଗଛ ତା’ରକୁ ଲାଗି ରହିଛି ।ଯାହା ଫଳରେ ପଡିଆରେ ଛେଳି ଛାଡି ଦେଇ ବଳରାମ ଓ ତାଙ୍କ ସାଥିରେ ଥିବା ନିଜ ପଡୋଶୀ ମହନ ରାଉତଙ୍କ ପୁଅ ଲିଟୁ ରାଉତ ୩୦ ବର୍ଷ ଶାଗୁଆନ ଗଛ ମୂଳକୁ ବିଶ୍ରାମ ନେବାକୁ ଯାଇଥିଲେ ।ସାମାନ୍ୟ ପବନ ହେବାରୁ ଗଛ ଡାଳ ବିଦ୍ୟୁତ୍ ତାର ସହିତ ସଂଯୋଗ ହୋଇଥିଲା , ଯାହା ଫଳରେ ଜୀବିତ ଶାଗୁଆନ ଗଛ କରେଣ୍ଟ ହୋଇଯାଇଥିଲା ।ଗଛ କରେଣ୍ଟରେ ବଳରାମ ଜଳିପୋଡ଼ି ଯାଇ ମୃତ୍ୟୁ ବରଣ କରିଥିବା ବେଳେ ଲିଟୁ କରେଣ୍ଟ।ପ୍ରଭାବରେ ଅଚେତ ହୋଇ ଗୁରୁତ୍ଵର ଅବସ୍ଥାରେ ପଡ଼ିରହିଥିଲେ ।ଖବର ନିମିଷକ ମଧ୍ୟରେ ପ୍ରଚାର ପ୍ରସାର ହୋଇଯିବା ମାତ୍ରେ ଘଟଣା ସ୍ଥଳ ଲୋକାରଣ୍ୟ ହେବା ସହ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ମେଡ଼ିକାଲକୁ ପଠାଇ ଦେଇଥିଲେ । ଏ ସମ୍ବନ୍ଧେ ସରାଙ୍ଗ ଫାଣ୍ଡିରେ ମୃତ ବଳରାମଙ୍କ ବାପା ରାଘବ ରାଉତ ଏକ ଲିଖିତ ଅଭିଯୋଗ କରିଛନ୍ତି ।ରିପୋର୍ଟ ଲେଖା ହେବା ବେଳକୁ ପରଜଙ୍ଗ ଥାନାରେ ମୃତ ପରିବାର ଓ ସାହି ପଡୋଶୀ ବିଦ୍ୟୁତ୍ କମ୍ପାନୀର ଅଧିକାରୀଙ୍କୁ ଅପେକ୍ଷା କରି ନିରାଶ ହେବାକୁ ପଡ଼ିଥିଲା ।କାରଣ ପୋଲିସ ପ୍ରଶାସନ ,ମୃତ ପରିବାର ସହିତ କମ୍ପାନୀର କ୍ଷତି ପୂରଣ ସମାଧାନ କରିବା ପାଇଁ ,କିନ୍ତୁ କମ୍ପାନୀ ନଆସିବାରୁ କୌଣସି ସମାଧାନ ହୋଇପାରି ନାହିଁ ,ମେଡ଼ିକାଲରେ ଶବ ,ପରଜଙ୍ଗ ଥାନାରେ ମୃତକ ପରିବାର ଲୋକେ ,ବିଦ୍ୟୁତ୍ କରେଣ୍ଟ ରେ ଆଘାତ ହୋଇ ଥିବା ଲିଟୁ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡିଛି ।


error: Content is protected !!