ଶାସଙ୍ଗ ଓ ବାଙ୍ଗୋର ପଞ୍ଚାୟତରେ ବୁଲିଲା ଅର୍ପଣ ରଥ, ଭକ୍ତିର ଗୁଆ ଓ ଅରୁଆ ଚାଉଳ ସଂଗ୍ରହ


ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ଉତ୍ସବ ଲାଗି ସମଗ୍ର ରାଜ୍ୟରେ ବୁଲୁଥିବା ଅର୍ପଣ ରଥ ଆଜି ହାଟଡିହି ବ୍ଲକର ଶାସଙ୍ଗ ଓ ବାଙ୍ଗୋର ପଞ୍ଚାୟତରେ ଆଦି ପଞ୍ଚାୟତରେ ପରିକ୍ରମା କରିଛି । ଶାସଙ୍ଗ ଶିଖରେଶ୍ୱର ମନ୍ଦିର ନିକଟରୁ ରଥ ପରିକ୍ରମା ଆରମ୍ଭ ହୋଇ ଭଜନ କିର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରିଥିଲା । ଶହଶହ ମହିଳା ରଥ ସହିତ ସାମିଲ ହୋଇ ଶଙ୍ଖ, ହୁଳହୁଳି ଧ୍ୱନିରେ ସମଗ୍ର ଗ୍ରାମଟି ପ୍ରକମ୍ପିତ ହୋଇ ଉଠିଥିଲା । ପ୍ରତି ଘର ସମୁଖରେ କଳଶ ସ୍ଥାପନ କରାଯିବା ସହିତ ରଥକୁ ବନ୍ଦାପନା କରି ଗୁଆ ଓ ଚାଉଳ ଅର୍ପଣ କରିଥିଲେ । ସେହିପରି ବାଙ୍ଗୋର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅର୍ପଣ ରଥ ପରିକ୍ରମା କରିଛି । ଗାଁର ମହିଳାମାନେ ଗାଁ ଦାଣ୍ଡ ଓ ଘର ସମ୍ମୁଖରେ ମୁରୁଜ ପକାଇ ଓ କଳଶ ବସାଇ ରଥକୁ ସ୍ୱାଗତ କରିଥିଲେ । ବିଶେଷକରି ମହିଳାଙ୍କ ଜୟ ଜଗନ୍ନାଥ ଧ୍ୱନୀରେ ଗ୍ରାମରେ ଏକ ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା । ପଞ୍ଚାୟତର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।


error: Content is protected !!