ବୀରଭୂମି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ


ଢେଙ୍କାନାଳ:(ନିର୍ମଳ ଗଡ ନାୟକ):- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବରିଷ୍ଠ ନାଗରିକ ପରିଷଦ ସଙ୍ଘ କକ୍ଷରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଅବସରରେ ବୀର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ଉଦ୍ୟୋକ୍ତା ତଥା ସଭାପତି ଯୁଗଳ କିଶୋର ନାୟକଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ତିବିକ୍ରମ ଦାସ ସଭାପତିତ୍ବ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ କବି ଭ୍ରମରବର ବିଶ୍ଵାଳ ଓ ଯୁବ କବି ରଞ୍ଜନ କୁମାର ବିଶ୍ବାଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ମଞ୍ଚ ସଞ୍ଚାଳନ ପ୍ରାରମ୍ଭରେ ଶ୍ରୀ ଗଣେଶ ଓ ବ୍ୟାସକବି ଫକୀରମୋହନଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ଉତ୍ସବକୁ ଶୁଭ ଉଦଘାଟନ କରିଥିଲେ ।ଆଧୁନିକ ସମାଜରେ ଭାଷା ଓ ସାହିତ୍ୟର ମୂଲ୍ୟବୋଧର ବିକାଶ ପାଇଁ ଯୁବ ପିଢ଼ି କବି ମାନଙ୍କ ଆବଶ୍ୟତା ରହିଛି।କନିଷ୍ଠ କବି ସତ୍ୟମ୍ ପ୍ରିତମ ଖିଲାର ,ଯୁବ କବି ନଳିନୀକାନ୍ତ ସାହୁ ,ଦୀନବନ୍ଧୁ ଭୋଇ ଅଜିତ ଦାସ ,ସୁବାସ ଚନ୍ଦ୍ର ଭୂତିଆ, ଭୀମସେନ ଖଟୁଆ , ଜ୍ୟୋତ୍ସାମୟୀ ଦାସ , ରିନାରାଣୀ ଜେନା କବି ପ୍ରମୁଖ ନିଜ ଲେଖନୀ ଉପରେ କବିତା ଆବୃତ୍ତି ଓ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ କବି ସୁବାସ ଚନ୍ଦ୍ର ଭୂତିଆଙ୍କ ରଚିତ ଶିଶୁ କବିତା ଖଟାମିଠା ପୁସ୍ତକ ଉନ୍ମୋଚନ କରାଯାଇଥିଲା । କବି ସୁଧାକର ନାୟକ ଓ ସୁବାସ ଚନ୍ଦ୍ର ଭୂତିଆଙ୍କୁ ବୀର ଭୂମି ସାହିତ୍ୟ ସଂସଦ ତରଫରୁ ସ୍ବତନ୍ତ୍ର ମାନପତ୍ର ପ୍ରଦାନ ସମେତ ଅନ୍ୟ କବିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କବି ଜତିନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।


error: Content is protected !!