ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା


ଢେଙ୍କାନାଳ:(ନିର୍ମଳ ଗଡ ନାୟକ):- ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ଓଡ଼ିଆ ଭାଷା ସାହିତ୍ୟକୁ ବିକଶିତ କରିବା ପାଇଁ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରଜଙ୍ଗ ମହାବିଦ୍ୟାୟ ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଡ଼,ନିହାର ରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉକ୍ତ କଲେଜର ପ୍ରାକ୍ତନ ଇଂରାଜୀ ବିଭାଗ ପ୍ରାଧ୍ୟାପକ ପ୍ରଫେସର ପ୍ରବୋଧ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ,+୩ ୟୁନିଟ ବିଭାଗ କୋଡ଼ିନେଟର ତଥା ଅଧ୍ୟାପକ ଅଞ୍ଜନ କୁମାର ମହାରଣା ଓ +୨ ୟୁନିଟ ବିଭାଗ କୋଡ଼ିନେଟର ତଥା ଅଧ୍ୟାପକ କୁଳମଣି ମେହେର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ସମୀର ମୁକୁଟ,ଅଧ୍ୟାପିକା ଦେବୀକୃପା ଦଳବେହେରା , ସାଗାରିକା ଜେନା , ଜ୍ୟୋର୍ତ୍ରିମୟୀ ପରିଡା ,ସୁଚିସ୍ମିତା ଜେନା , ରୋଜାଲିନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଉଦଘାଟନୀ ଉତ୍ସବ ଅବସରରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଓଡ଼ିଆ ହସ୍ତାକ୍ଷର ଓ ଓଡ଼ିଆ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅଧ୍ୟାପକ ଅଞ୍ଜନ କୁମାର ମହାରଣା ଓ କୁଳମଣି ମେହେର ଦାୟିତ୍ଵ ନିର୍ବାହ କରିଥିଲେ ଚଳିତ ଜାନୁଆରୀ ମାସ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଓଡ଼ିଆ ଭାଷା ଉପରେ ପ୍ରତିଯୋଗିତା କରାଯାଇ ୨୫ ତାରିଖ ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷ ଡ଼ ,ସାହୁ ସୂଚନା ଦେଇଛନ୍ତି।


error: Content is protected !!