ବି ଏସ୍ କେ ୱାଇ ନବୀନ କାର୍ଡ ପାଇଁ ଆବେଦନରେ ଦୃତ ଅଗ୍ରଗତି


ବି ଏସ୍ କେ ୱାଇ ନବୀନ କାର୍ଡ ପାଇଁ ଆବେଦନରେ ଦୃତ ଅଗ୍ରଗତି।୧୬ ତାରିଖ ଅପରାହ୍ନ ୨ଟା ସୁଦ୍ଧା ୩.୪୬ ଲକ୍ଷରୁ ଉର୍ଦ୍ଧ ଦରଖାସ୍ତ ପଞ୍ଜୀକୃତ।ଅନଲାଇନ୍ ଦରଖାସ୍ତ ସମୟସୀମା ଜାନୁଆରୀ ୨୬କୁ ବୃଦ୍ଧି ଭୁବନେଶ୍ୱର ୧୬/୧/୨୪ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ଦୃତ ଅଗ୍ରଗତି ପରିଲକ୍ଷିତ ହୋଇଛି । ଗ୍ରାମ ଓ ପଂଚାୟତ ସ୍ତରରେ ସଘନ ସଚେତନତା କାର୍ଯ୍ୟକ୍ରମ ଫଳରେ ଏହା ସମ୍ଭବ ହୋଇଛି । ଆଜି ଜାନୁଆରୀ ୧୬ ତାରିଖ ଅପରାହ୍ନ ୨ଟା ସୁଦ୍ଧା ସମୁଦାୟ ୩,୪୬,୨୯୪ଟି ପରିବାରଙ୍କର ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି । ଏହି ପଞ୍ଜୀକୃତ ଦରଖାସ୍ତରେ ୯.୭୦ ଲକ୍ଷରୁ ଉର୍ଦ୍ଧ ସଦସ୍ୟଙ୍କର ନାମ ରହିଛି ।ପ୍ରାପ୍ତ ସୂଚନାରୁ ଜଣାପଡିଛି, ସର୍ବାଧିକ ଗଞ୍ଜାମ ଜିଲାରୁ ୪୮,୫୦୦ ; ଖୋର୍ଦ୍ଧା ଜିଲାରୁ ୨୬,୮୨୫ ; କଟକରୁ ୨୮,୭୯୪ ; ଭଦ୍ରକରୁ ୨୩,୦୪୨ ଏବଂ ବାଲେଶ୍ବର ଜିଲ୍ଲାରୁ ୨୨,୫୭୦ ଦରଖାସ୍ତ ମିଳିଛି । ପୁରୀ ଜିଲ୍ଲାରୁ ୨୦,୭୪୪ ଦରଖାସ୍ତ ମିଳିଥିବା ବେଳେ କେନ୍ଦ୍ରାପଡାରୁ ୧୯,୫୭୮ ଓ ନୟାଗଡରୁ ୧୪,୯୪୭ ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି । ଜଗତତ୍ସିଂହପୁରରୁ ୧୫,୨୪୮, ଯାଜପୁରରୁ ୧୪,୦୬୧, ବରଗଡ଼ରୁ ୧୪,୫୬୯, ସୁନ୍ଦରଗଡ଼ରୁ ୧୨,୩୪୯, ଅନୁଗୋଳରୁ ୧୨,୩୯୭ ଏବଂ ଢେଙ୍କାନାଳରୁ ୧୧,୮୮୦ ଦରଖାସ୍ତ ମିଳିଛି । ୩୦ଟି ଯାକ ଜିଲ୍ଲାରୁ ଜିଲ୍ଲା ପିଛା ହାରାହାରି ୧୧,୫୦୦ରୁ ଉର୍ଦ୍ଧ ଦରଖାସ୍ତ ପଞ୍ଜୀକୃତ ହୋଇଛି । ସୂଚନାଯୋଗ୍ୟ, ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଆଜି ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଏକ ସ୍ଵତନ୍ତ୍ର ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି । ବି ଏସ୍ କେ ୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ପରିବାରମାନେ ଚଳିତ ବର୍ଷ ମେ ମାସ ଠାରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କରେ ନିର୍ଦ୍ଧାରିତ ଗୁରୁତର ରୋଗଗୁଡ଼ିକର ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇବେ ।


error: Content is protected !!