ବାଲେଶ୍ୱର, ୧୭/୦୪: ଶନିଙ୍କ ମୁହଁରେ କଳାପଟି। ଠାକୁରଙ୍କ ମୁହଁରେ କଳାପଟି ବାନ୍ଧି ଲୁଟିନେଲେ ଦୁର୍ବୃତ୍ତ। ଠାକୁରଙ୍କ ସମସ୍ତ ଅଳଙ୍କାର, ଦାନ ବାକ୍ସର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କୁଳିଗଡି ଗାଁରେ ଥିବା ଶନିମନ୍ଦିରରୁ ଚୋରି କରିଛନ୍ତି କିଛି ଦୁର୍ବୃତ୍ତ। ଏପରିକି ମନ୍ଦିରରୁ ଚୋରି କରିବା ପରେ ଗାଁରୁ ଦୁଇଟି ସାଇକେଲ ଚୋରି କରି ନେଇଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି।ସକାଳୁ ମନ୍ଦିରର ତାଲା ଭଙ୍ଗା ଯାଇଥିବା ପୂଜାରୀ ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ୍।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର