April 18, 2026

Now Odisha

Now Odisha

ଭୁବନେଶ୍ୱରରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା |

Spread the love

ଭୁବନେଶ୍ୱର, ୧୭/୦୪: ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ କରିଛି ବିଡ଼ିଏ। ବିଡିଏ ପକ୍ଷରୁ ଏହା ହେଉଛି ରାଜଧାନୀରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ୬୮ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରୁଛି ବିଡିଏ। ୩ ଦିନ ଧରି ଚାଲିବ ଉଚ୍ଛେଦ ପ୍ରକ୍ରିୟା, ୧୦ରୁ ଅଧିକ ଜେସିବି ନିୟୋଜିତ ହୋଇଛି। ଉଚ୍ଛେଦରେ ୧୫୦ରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି। ଏହି ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଶ୍ୟାମପୁର ମୌଜାରେ ଉଚ୍ଛେଦ ବେଳେ ଶହ ଶହ ଗ୍ୟାସ୍‌ ଟାଙ୍କି ଜବତ ହୋଇଛି। ଗୋଟିଏ ପଟେ ଏଲପିଜି ଗ୍ୟାସ ସଙ୍କଟ ଦେଖା ଦେଇଥିବା ବେଳେ ଅନ୍ୟପଟେ ଜବର ଦଖଲ କରିଥିବା ଏକ ଘରେ ଶତାଧିକ ଗ୍ୟାସ ଟାଙ୍କି ଜବତ କରାଯାଇଛି।

error: Content is protected !!