ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ସେବାୟତଙ୍କୁ ଖୋଲା ଖୋଲି ଧମକ । ୫୯ ଲକ୍ଷ ଟଙ୍କା ନଦେଲେ ସୋମବାର ଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ମେସେଜ ସହ ଫୋନ୍ କଲ ଆସିଛି ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତ ସତ୍ୟବ୍ରତ ମହାପାତ୍ରଙ୍କୁ ।ଏବାବଦରେ ସାକ୍ଷୀଗୋପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର କାର୍ଯ୍ୟ ନର୍ବାହୀ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା ।ତେବେ ଏହି ନମ୍ବରରୁ ପୂର୍ବରୁ ପୁରୀ ମନ୍ଦିରକୁ ଉଡାଇ ଦେବା ସହ ପୁରୀର ରାଜନେତାଙ୍କୁ ବି ଧମକ ମିଳିସାରିଛି ବୋଲି ସୂଚନା ମିଳିଛି । ଏହି ବୋମା ଧମକ ପରେ ସାକ୍ଷୀଗୋପାଳ ପୋଲିସ ତତ୍ପରତା ଦେଖାଇବା ସହ ସତର୍କତାର ସହ ମନ୍ଦିରରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ପ୍ରସ୍ତୁତ କରୁଛି ।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର