ଭୁବନେଶ୍ୱର/କଟକ : ଫଳ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ । ଟ୍ରକରେ ଲଦା ହୋଇଥିଲା ଫଳ, ହେଲେ ଫଳ ଗଦା ଭିତରେ ଲୁଚାଇ ରଖାଯାଇଥିଲା ଗଞ୍ଜେଇ । ଶେଷରେ ଚୋରା ଚାଲାଣର ସବୁ ଫଣ୍ଡାକୁ ପଣ୍ଡ କରିଛି ସ୍ପେଶାଲ ଟାସ୍କ ଫୋର୍ସ ବା ଏସଟିଏଫ । ଗଜପତିରୁ ଗୁଜୁରାଟ ଚାଲାଣ ବେଳେ ଦୁଇ କ୍ବିଣ୍ଟାଲ୨୭ କେଜି ଗଞ୍ଜେଇ ଜବତ କରାଯାଇଛି।
ଖୋର୍ଦ୍ଧା ପିତାପଲ୍ଲୀ ନିକଟରୁ ଫଳ ବୋଝେଇ ଟ୍ରକରୁ ଏସବୁ ଗଞ୍ଜେଇ ଜବତ ହୋଇଛି।
ସଂପୃକ୍ତ ଟ୍ରକକୁ ଜବତ ସହ ଅଭିଯୁକ୍ତ ପାରଶ ନାଥଙ୍କ ଗିରଫ କରାଯାଇଛି। ଅଭିଯୁକ୍ତର ଘର ରାଜସ୍ଥାନ ବୋଲି ସୂଚନା ମିଳିଛି। ଫଳ ଟ୍ରକ ଭିତରେ ଟ୍ରେରେ ଲୁଚାଇ ନିଆଯାଉଥିଲା ଗଞ୍ଜେଇ। ଏନେଇ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଆନ୍ତଃରାଜ୍ୟ ଗଞ୍ଜେଇ କାରବାର ଉପରେ ନଜର ରଖିବା ଲାଗି ସ୍ପେଶାଲ ଡ୍ରାଇଭ୍ ଚାଲିଛି। ବୋଲି ସୂଚନା ଦେଇଛନ୍ତି ଏସଟିଏଫ ଏସପି ରବି ଶତପଥୀ ।
ସେହିପରି ଅନ୍ୟ ଏକ ଘଟଣାରେ କଟକରୁ ୧୦୭ ଗ୍ରାମ ହିରୋଇନ୍ ଜବତ୍ କଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍ବାଡ ୟୁନିଟ ୱାନ । କଟକ ମଧୁପାଟଣା ଥାନା ଅନ୍ତର୍ଗତ ସମ୍ରାଟ ସିନେମା ହଲ୍ ନିକଟରେ ଧରିଲା ଅବକାରୀ ଟିମ୍ । ଜବତ୍ ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୭୦ ହଜାର ଟଙ୍କା । ନିଶା କାରବାର ଅଭିଯୋଗରେ ପାଣିକୋଇଲି ଥାନା ଅଞ୍ଚଳର ରାଜେଶ କୁମାର ସାହୁ ଗିରଫ । ଏକ ଅଟୋ ରିକ୍ସାରେ ନିଶା ଦ୍ରବ୍ୟ ଚାଲାଣ କରୁଥିଲା ଅଭିଯୁକ୍ତ । ଅଟୋ ମଧ୍ୟ ଜବତ୍ କରିଛି ଅବକାରୀ ଫ୍ଲାଇଙ୍ଗ ସ୍ବାଡ ୟୁନିଟ ।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!