କଟକ : ଚୌଦ୍ଵାର ମଣ୍ଡଳ କାରାଗାର ୱାର୍ଡେନ ମନୋଜ କୁମାର ମଣ୍ଡଳ ଗିରଫ । କାର୍ଯ୍ୟରେ ଅବହେଳା ଯୋଗୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଜଣେ ବିଚାରାଧୀନ ମହିଳା କଏଦୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ପରେ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ। ଜେଲରେ ଜମା ଦେଇଥିବା ସୁନା ଅଳଙ୍କାର ହେରଫେର ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ମହିଳା।
ଶେଷରେ ସୁନା ଅଳଙ୍କାର ଫେରସ୍ତ ପାଇଁ ଚୌଦ୍ଵାର ଥାନାର ଦ୍ବାରସ୍ଥ ହୋଇଥିବା ମହିଳାଙ୍କୁ ଏକ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରିଥିଲେ ଜେଲ ସୁପରିଣ୍ଟେଣ୍ଡେଣ୍ଟ।
ମଣ୍ଡଳ କାରାଗାର ଅଧିକ୍ଷକ ସୁଜିତ୍ କୁମାର ରାଉଳ ମହିଳାଙ୍କୁ ଦେଇଥିଲେ ଟଙ୍କା। ଏକ ମାମଲାରେ ଜଣେ ମହିଳା ଗିରଫ ପରେ ଚୌଦ୍ଵାର ଜେଲ ଆସିଥିଲେ। ନିୟମ ଅନୁଯାୟୀ, ପିନ୍ଧି ଥିବା ସୁନା ଅଳଙ୍କାର କାଢି ଜମା କରିଥିଲେ ମହିଳା। ପରବର୍ତ୍ତୀ ସମୟରେ ଜାମିନରେ ମୁକୁଳି ଥିଲେ ଅଭିଯୁକ୍ତ ମହିଳା। ବାରମ୍ବାର ଦୌଡ଼ିବା ପରେ ମଧ୍ୟ ଜେଲ କର୍ତ୍ତୃପକ୍ଷ ଅଳଙ୍କାର ଫେରାଉ ନ ଥିବା ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଗତ ଫେବୃଆରୀ ମାସ ୮ ତାରିଖରେ ମାମଲା ରୁଜୁ କରିଥିଲା ଚୌଦ୍ଵାର ଥାନା ପୋଲିସ।

More Stories
ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ |
୫୦ ଦିନ ପରେ ଖୋଲିଲା ଇରାନ ଏୟାରସ୍ପେସ୍, ହେଲେ ଏବେବି ସଂପୂର୍ଣ୍ଣ ଖୋଲିନାହିଁ ହର୍ମୁଜ୍
ଆତଙ୍କୀ ଲିଙ୍କ୍ରେ ଓଡ଼ିଆ ଯୁବକ ଗିରଫ |