ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଭାରତର ପିଆଜ ବଜାର ସନ୍ତୁଳନକୁ ବିଗାଡି ଦେଇଛି। ସିପିଂ ଖର୍ଚ୍ଚ ବୃଦ୍ଧି ଏବଂ ଅନ୍ତର୍ଜାତୀୟ ଚାହିଦା ହ୍ରାସ ପାଇବା ଫଳରେ ରପ୍ତାନୀ ପ୍ରାୟ ୩୦% କମିଯାଇଛି। ବିଶେଷ କରି ଗଲଫ୍ ଦେଶଗୁଡ଼ିକୁ ରପ୍ତାନୀ ୫୦-୬୦% ହ୍ରାସ ପାଇଥିବାରୁ ଦେଶର ଘରୋଇ ବଜାରରେ ପିଆଜ ମହଜୁଦ ବଢିଯାଇଛି।
ଏହାର ସିଧା ପ୍ରଭାବ ଚାଷୀଙ୍କ ଉପରେ ପଡୁଛି। ପୂର୍ବରୁ କଣ୍ଟୈନର ଭଡ଼ା ୮୦୦ ଡଲାର ଥିବା ବେଳେ ଏବେ ତାହା ୭୫୦୦ ଡଲାରରେ ପହଞ୍ଚିଛି। ଚାଷୀଙ୍କ ଫସଲ ଅମଳର ଅଧାଦରରେ ମଧ୍ୟ ପିଆଜ ବିକିବାକୁ ବାଧ୍ୟ ହେଉଛନ୍ତି। ଯେଉଁଠି ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୨୨୦୦ ଟଙ୍କା ହେଉଛି, ସେଠାରେ ପାଇକାରୀ ଦର ୮୦୦ରୁ ୧୦୦୦ ଟଙ୍କାକୁ ଖସି ଆସିଛି। ପରିସ୍ଥିତିକୁ ସମ୍ଭାଳିବାକୁ ସରକାର ନାଫେଡ (NAFED) ଓ ଏନସିସିଏଫ (NCCF) ମାଧ୍ୟମରେ ପିଆଜ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର