ଆର ପାରିରେ ପୂର୍ବତନ ବିଧାୟକ ଜୟ ନରାୟଣ ମହାନ୍ତି


ଆର ପାରିରେ ପୂର୍ବତନ ବିଧାୟକ ଜୟ ନରାୟଣ ମହାନ୍ତି ବାଲିଆପାଳର ବରପୁତ୍ର , ରାଜନେତା , ପ୍ରାକ୍ତନ ବିଧାୟକ ତଥା ନବ ବାଲିଆପାଳର ନିର୍ମାତା ଜୟ ନାରାୟଣ ମହାନ୍ତିଙ୍କ ଆଜି ବିୟୋଗ ଘଟିଛି।ବାଲିଆପାଳ ପାଇଁ ସେ ଥିଲେ ଗାନ୍ଧୀ ଗୋପବନ୍ଧୁ ପରି ମହା ପୁରୁଷ ।ତାଙ୍କ ତ୍ୟାଗ ଓ ତିତୀକ୍ଷା ସାଧାରଣ ରେ ତୁଳନା କରାଯାଇ ନ ପାରେ। ଦୁଇ ଥର ବିଧାୟକ ହୋଇ ସେ ଦେଖାଇ ଯାଇଛନ୍ତି ତାଙ୍କ କର୍ମ କୁଶଳତାର ପ୍ରମାଣ । ଉତ୍ତର ପିଢ଼ି ପାଇଁ ସୃଷ୍ଟି କରିଛନ୍ତି କେତେ କେତେ ଉଦାହରଣ।ଅବିଭକ୍ତ ଜଳେଶ୍ବର ନିର୍ବାଚନ ମଣ୍ଡଳୀର ସେ ଥିଲେ ମଉଡ଼ ମଣି । ତାଙ୍କ ପାଇଁ ଆଜି ଝୁରୁଛି ବାଲିଆପାଳ କ୍ରୀଡା କଲେଜ , ଶ୍ରଦ୍ଧା କ୍ଷେତ୍ର , ଡଗରା ବେଳାଭୂମି , ସୁବର୍ଣ୍ଣରେଖା ସେତୁ, ଇନ୍ଦିରା ଶିଶୁ ଉଦ୍ୟାନ , ଶ୍ରୀ ଜଗନ୍ନାଥ ମହିଳା କଲେଜ , ଟାଉନ ହଲ , ଡ଼ି ଆଇ . ଅଫିସ ଆଉ କାହିଁ କେତେ ଅନୁଷ୍ଠାନ ।ରାଜନୈତିକ କୁଟ କପଟରେ ଶେଷ ବେଳକୁ ସେ ବଳି ପଡ଼ିଥିଲେ ବି ବାଲିଆପାଳର ବିକାଶ ଚିନ୍ତା ସଦା ତାଙ୍କୁ ଘାରୁ ଥିଲା।ଜଣେ ସଚା ବାଲିଆପାଳିଆ ଭାବରେ ସେ ସଦା ହକ ପାଇଁ ଲଢ଼ି ଲଢ଼ି ଆଜି ମାଟି ମା ‘ କୁଳରେ ଚିରନିଦ୍ରାରେ ଶୋଇଗଲେ ।ଶେଷ ଜୀବନରେ ଉଚ୍ଚ ରକ୍ତ ଚାପ ରୋଗ ,କିଡ୍ନୀ ଜନିତ ରୋଗ , ରକ୍ତ ଶର୍କରା ରୋଗ ଆଦି ଜଟିଳ ବ୍ୟାଧି ଯୋଗୁଁ ସେ ହରାଇ ବସିଲେ ଦୁର୍ଲ୍ଲଭ ଜୀବନ । ଆଉ ଚାଲିଗଲେ ଅଫେରା ବାଟର ବାଟୋଇ ହୋଇ


error: Content is protected !!