ବେଙ୍ଗାଲୁରୁରୁ ଆସିଛି ଏକ ଶିହରଣକାରୀ ଖବର। ପ୍ରେମିକାଙ୍କ ପାଗଳାମିର ଶିକାର ହୋଇଛନ୍ତି ଜଣେ ଯୁବକ। ପ୍ରେମ ନିବେଦନ କରିବା ବାହାନାରେ ପ୍ରେମିକା ଯେଉଁ କାଣ୍ଡ ଭିଆଇଛନ୍ତି, ତାହା ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ।ଘଟଣାଟି ଘଟିଛି ଦକ୍ଷିଣ ବେଙ୍ଗାଲୁରୁର ଅଞ୍ଜନାପୁରାରେ। ମୃତ ଯୁବକ ହେଉଛନ୍ତି ୨୭ ବର୍ଷୀୟ କିରଣ। ସୂଚନା ଅନୁଯାୟୀ, କିରଣ ଏବଂ ତାଙ୍କ ପ୍ରେମିକା ଗୋଟିଏ ଟେଲିକମ୍ ଷ୍ଟୋରରେ କାମ କରୁଥିଲେ। କିରଣ ତାଙ୍କୁ ସମୟ ଦେଉ ନଥିବା ଅଭିଯୋଗ କରି ପ୍ରେମିକା ଜଣକ ଉଗ୍ର ରୂପ ଧାରଣ କରିଥିଲେ।
ଗତ ମଙ୍ଗଳବାର, ପ୍ରେମିକା ଜଣକ ଏକ “ସର୍ପ୍ରାଇଜ୍ ଗିଫ୍ଟ” ବା ଅନନ୍ୟ ଉପାୟରେ ପ୍ରପୋଜ୍ କରିବା ବାହାନା କରି କିରଣଙ୍କୁ ନିଜ ଘରକୁ ଡାକିଥିଲେ। ସେଠାରେ ସେ କିରଣଙ୍କ ଆଖିରେ ପଟି ବାନ୍ଧି ଏକ ଚୌକିରେ ବାନ୍ଧି ଦେଇଥିଲେ। କିରଣ ଏହାକୁ ଏକ ପ୍ରେମର ଖେଳ ଭାବି ବିରୋଧ କରିନଥିଲେ। କିନ୍ତୁ କିଏ ଜାଣିଥିଲା ଏହା ହିଁ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ ହେବ!
ଅଭିଯୁକ୍ତ ମହିଳା ଜଣକ ଥଣ୍ଡା ମସ୍ତିଷ୍କରେ କିରଣଙ୍କ ଉପରେ ଜ୍ୱଳନଶୀଳ ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲେ। ସବୁଠାରୁ ଭୟଙ୍କର କଥା ହେଉଛି, ସେ ଏହି ସମଗ୍ର ଘଟଣାର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ପୋଲିସ ବର୍ତ୍ତମାନ ମହିଳାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।ପ୍ରେମରେ ଅନ୍ଧ ହୋଇ କେହି ଏତେ ନୃଶଂସ ହୋଇପାରେ, ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

More Stories
ଶାରୀରିକ ସମ୍ପର୍କ ନ ରଖିଲେ ମାରିଦେବି ସ୍ବାମୀକୁ
ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ