କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିବାହିତା ମହିଳାଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର ହୋଇଥିବା ବେଳେ ସ୍ୱାମୀଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆସିଛି।କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ଗତ ମଙ୍ଗଳବାର ସୁପ୍ରିତି ଦାସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପ୍ରାୟ ୫ ବର୍ଷ ତଳେ ନୂଆପଡ଼ା ଜିଲ୍ଲାର ପ୍ରଭାସ ଦାସଙ୍କ ସହ ସୁପ୍ରିତିଙ୍କ ବିବାହ ହୋଇଥିଲା। ସୂଚନା ମୁତାବକ, ପ୍ରଭାସ ପ୍ରଥମେ ସୁପ୍ରିତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଶ୍ୱଶୁର ଘରକୁ ଖବର ଦେଇଥିଲେ।
ତେବେ ସୁପ୍ରିତିଙ୍କ ବାପା ସୁରଞ୍ଜନ ଦାସ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।ବର୍ତ୍ତମାନ ପୋଲିସ ସ୍ୱାମୀ ପ୍ରଭାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର