୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି


ମନ୍ଦିର ଟ୍ରଷ୍ଟ ଦେଇଥିବା ସୂଚନା ଅନୁଯାୟୀ ସୁରଟର ହୀରା ବ୍ୟବସାୟୀ ଦୀଲ୍ଲିପ କୁମାର ଭି ଲାଖୀ ଓ ତାଙ୍କ ପରିବାର ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପାଇଁ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି। ମନ୍ଦିରରେ ଲାଗିଥିବା ୧୪ଟି ସୁନାର କବାଟ ଦିଲୀପ କୁମାର ଭି ଲାଖୀଙ୍କ ପରିବାର ଦାନ କରିଥିବା ସୁନାରେ ଆବୃତ ହୋଇଛି। ଏହି ଦାନ ବର୍ତ୍ତମାନ ପର୍ଯ୍ୟନ୍ତ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ପ୍ରାପ୍ତ ହୋଇଥିବା ସବୁଠାରୁ ବଡ ଦାନ । ଏହି ସୁନା ରାମ ମନ୍ଦିରର କବାଟ, ଗର୍ଭଗୃହ, ତ୍ରିଶୂଳ, ଡମ୍ୱରୁ ଏବଂ ସ୍ତମ୍ଭକୁ ଛାଉଣୀ କରିବା ପାଇଁ ବ୍ୟବହୃତ ହୋଇଛି। ଗର୍ଭଗୃହ ପ୍ରବେଶ ଦ୍ୱାର ସହିତ ମନ୍ଦିରର ତଳ ମହଲାରେ ୧୪ ଟି ସୁବର୍ଣ୍ଣ ଫାଟକ ମଧ୍ୟ ଲଗାଯାଇଛି। ବର୍ତ୍ତମାନର ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୬୮ହଜାର ଟଙ୍କା ରହିଛି। ଲାଖୀଙ୍କ ପରିବାରର ଦାନ କରିଥିବା ମୋଟ ସୁନାର ମୂଲ୍ୟ ପ୍ରାୟ ୬୮କୋଟି କୋଟି ହେବ।


error: Content is protected !!