ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାରୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି। ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଥିଲା। ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ମନ୍ଦିର ଉଦଘାଟନ କରାଯାଇଥିଲା। ଏହାପରେ ମଙ୍ଗଳବାରଠାରୁ ଭକ୍ତଙ୍କ ପ୍ରବାହ ଚାଲିଛି। ମଙ୍ଗଳବାର ସକାଳୁ ଲୋକମାନେ ଲାଇନରେ ଛିଡା ହୋଇଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ୧୦-୧୧ ମଧ୍ୟରେ ଭିଡ଼ ବୃଦ୍ଧି ହେତୁ ରାମ ମନ୍ଦିର ପ୍ରବେଶ ଦ୍ୱାରରେ ଭକ୍ତଙ୍କ ପ୍ରବେଶ ବନ୍ଦ ହୋଇଯାଇଥିଲା।
More Stories
ଲିଙ୍ଗରାଜରେ କୋହେନୁର ପଞ୍ଜିକା ମନା
ରାସନ୍ କାର୍ଡ e-KYC ନେଇ ବଡ଼ ଅପଡେଟ୍
ନାବାଳିକା ଶିଶୁକନ୍ୟାଙ୍କୁ ୪ ଜଣ ଅସାମାଜିକ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ |