ବିଶ୍ବନାଥ ବିଦ୍ୟାପୀଠରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜନ୍ମଦିବସ ପାଳିତ


ବିଶ୍ବନାଥ ବିଦ୍ୟାପୀଠରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜନ୍ମଦିବସ ପାଳିତ ।ଭାରତ ସ୍ଵାଧିନତା ଆନ୍ଦୋଳନ ର ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ଭାରତର କୋଟି କୋଟି ଜନମାନସର ପ୍ରତୀକ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ କୃଷ୍ଣପ୍ରସାଦ ସ୍ଥିତ ବିଶ୍ଵନାଥ ବିଦ୍ୟାପୀଠରେ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ପରିଡାଙ୍କ ସଭାପତିତ୍ବରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ୍ ଓ ଜନ୍ମ ପାଳିତ ହୋଇଥିଲା । ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ଶିବ ଚରଣ ଜେନା, ଶିକ୍ଷୟିତ୍ରୀ ରେଣୁବାଳା ଆଚାର୍ଯ୍ୟ,ପ୍ରସନ୍ନ କୁମାର ବେହେରା,ବିଭୁଦତ୍ତ ସ୍ବାଇଁ,କ୍ରୀଡା ଶିକ୍ଷକ ଶିଖର ପୁହାଣ ଓ ଅନ୍ୟାନ୍ୟ ଶିକ୍ଷା କର୍ମଚାରୀଙ୍କ ସହିତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର ସଭାପତି ତୋଫାନ୍ ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିବାବେଳେ ମୁଖ୍ୟ ଅତିଥି ଭାବେ ନିଆଳୀ ବ୍ଲକର ପୂର୍ବତନ ଅଧ୍ଯକ୍ଷ ନ୍ଯାୟବ୍ରତ ରାଉତଙ୍କ ସମେତ ସମାଜସେବୀ ଚୈତନ୍ୟ ମଲ୍ଲିକ ଯୋଗଦେଇଥିଲେ । ଏହାପରେ ସମସ୍ତଙ୍କ ଦ୍ବାରା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରାଯାଇଥିଲା । ଏହି ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀ, ଅତିଥି, ପ୍ରାକ୍ତନ ଛାତ୍ର ସଂସଦ ପକ୍ଷରୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ ପରେ ସଭାକାର୍ଯ୍ଯ ସାଙ୍ଗ ହୋଇଥିଲା ।


error: Content is protected !!