April 23, 2026

Now Odisha

Now Odisha

ମମତା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି: ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ, ୨୨/୦୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା। IPAC ମାମଲାରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ। IPACର ଚଢାଉ ବେଳେ ମମତାଙ୍କ ଉପସ୍ଥିତିକୁ ନେଇ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ।

ଘଟଣାର ସିବିଆଇ ଦ୍ୱାରା ତଦନ୍ତ ପାଇଁ ଇଡିର ଆବେଦନର ଶୁଣାଣି କରି ବିଚାରପତି ପିକେ ମିଶ୍ର ଏବଂ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ ୨୩ ଏବଂ ୨୯ ଏପ୍ରିଲରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ମାମଲା ଅସାଧାରଣ।ସୁପ୍ରିମକୋର୍ଟ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ଏଥିରେ ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏଭଳି ଆଚରଣକୁ କଳ୍ପନା କରିହେଉନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂରା ବ୍ୟବସ୍ଥାକୁ ବିପଦରେ ପକାଇଛନ୍ତି। ଏହା କେବଳ କେନ୍ଦ୍ର ଓ ରାଜ୍ୟର ମାମଲା ନୁହେଁ। ଏହାକୁ ରାଜ୍ୟ-କେନ୍ଦ୍ର ବିବାଦ ଦର୍ଶାଇବା ମଧ୍ୟ ଠିକ୍‌ ନୁହେଁ। ଯାଞ୍ଚ ବେଳେ EDକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ମମତା। ମୁଖ୍ୟମନ୍ତ୍ରୀ ହୋଇ ତଦନ୍ତ ବେଳେ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ମମତା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି। ଆମେ କେବେ ଭାବି ନଥିଲୁ, ଏପରି ଏକ ଦିନ ଆସିବ।

ଜାନୁଆରୀ ୮ ତାରିଖରେ ଜୈନଙ୍କ ବାସଭବନରେ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଚଢାଉ କରାଯିବାରୁ ଏହି ବିବାଦ ସୃଷ୍ଟି ହୋଇଛି। ତଦନ୍ତ ସମୟରେ ଘରେ ପ୍ରବେଶ କରି ମୁଖ୍ୟ ପ୍ରମାଣ ନଷ୍ଟ ରି ଦେଇଥିବା କେନ୍ଦ୍ରୀୟ ଏଜେନ୍ସି ମମତା ବାନାର୍ଜୀଙ୍କ ଉପରେ ଅଭିଯୋଗ ଆଣିଛି।

error: Content is protected !!