ସିଆଙ୍ଗ ୟାଙ୍ଗ ହଙ୍ଗ- ୩


ମାଳଦ୍ୱୀପର ଏକ ବନ୍ଦରରେ ଚୀନ୍ ଗୁପ୍ତଚର ଜାହାଜ ‘ସିଆଙ୍ଗ ୟାଙ୍ଗ ହଙ୍ଗ- ୩’ ଜାହାଜକୁ ରହିବାକୁ ମାଳଦ୍ବୀପ ସରକାର ଅନୁମତି ଦେଇଛନ୍ତି। ଏ ନେଇ ଭାରତ ବୁଧବାର କହିଛି ଯେ ଆମେ ଚୀନ ଜାହାଜ ଉପରେ ନଜର ରଖିବୁ। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ , ଭାରତୀୟ ନୌସେନା ଭାରତ ମହାସାଗର ଅଞ୍ଚଳରେ ‘ ସିଆଙ୍ଗ ୟାଙ୍ଗ ହଙ୍ଗ୍-୩’ ଉପରେ ନଜର ରଖିବ। ଏହି ଜାହାଜ ଯେପରି ମାଳଦ୍ୱୀପର ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ କୌଣସି ଗବେଷଣା କାର୍ଯ୍ୟ କରିପାରିବ ନାହିଁ ସେଥିପାଇଁ ଏହା ନିଶ୍ଚିତ କରାଯିବ।


error: Content is protected !!