ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଭିତରେ ତେହେରାନରେ ଥିବା ଭାରତୀୟ ଦୂତାବାସ ଆଜି (ଗୁରୁବାର) ଏକ ନୂତନ ଏବଂ ଶକ୍ତ ଆଡଭାଇଜରି ଜାରି କରିଛି। ଦୂତାବାସ ଭାରତୀୟ ନାଗରିକଙ୍କୁ ଇରାନ ଯାତ୍ରା କରିବା ବିରୁଦ୍ଧରେ ସତର୍କ କରାଇଛି ଏବଂ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି।ତେହେରାନରେ ଥିବା ଭାରତୀୟ ଦୂତାବାସ ଆଡଭାଇଜରିରେ କହିଛି ଯେ,”ଭାରତୀୟ ନାଗରିକ ମାନେ ବର୍ତମାନ ସମୟରେ ବିମାନ କିମ୍ବା ସ୍ଥଳପଥରେ ଇରାନ ଯାତ୍ରା କରିବା ଉଚିତ ନୁହେଁ। ଇରାନ ଯାତ୍ରା ଏକ ବିପଦ ହୋଇପାରେ।” ଆଞ୍ଚଳିକ ଉତ୍ତେଜନା ଯୋଗୁଁ ଆକାଶମାର୍ଗ ପ୍ରତିବନ୍ଧକ ଲାଗୁ ହୋଇଛି। ଦୂତାବାସ ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ଚଳାଚଳ ସହିତ ଅନେକ ଚ୍ୟାଲେଞ୍ଜ ରହିଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି, “ବର୍ତ୍ତମାନ ଇରାନରେ ଥିବା ଭାରତୀୟ ନାଗରିକ ମାନେ ତୁରନ୍ତ ଦେଶ ଛାଡିବା ଉଚିତ। ନାଗରିକ ମାନେ ଦୂତାବାସ ସହିତ ଯୋଗାଯୋଗରେ ରହିବା ଉଚିତ।”
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଭାରତୀୟ ଦୂତାବାସ ସମସ୍ତ ନାଗରିକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅପିଲ କରିଛି। ଦୂତାବାସ ଏଥିପାଇଁ ଏକ ଯୋଗାଯୋଗ ନମ୍ବର ମଧ୍ୟ ଜାରି କରିଛି। ମୋବାଇଲ୍ ନମ୍ବର +୯୮୯୧୨୮୧୦୯୧୧୫; +୯୮୯୧୨୮୧୦୯୧୦୯, +୯୮୯୧୨୮୧୦୯୧୦୨;

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର