April 24, 2026

Now Odisha

Now Odisha

ଇରାନ ହୋର୍ମୁଜରେ ବଦଳାଇ ଦେଲା ଗେମ୍, ଆମେରିକାର ଅବରୋଧ ମଧ୍ୟରେ ଆଦାୟ କଲା ଟୋଲ୍

Spread the love

 ଆମେରିକାର ଅବରୋଧ ସତ୍ତ୍ୱେ , ଇରାନ ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଲାଗୁ ହୋଇଥିବା ଟୋଲ୍ ଟ୍ୟାକ୍ସରୁ ,ପ୍ରଥମ ରାଜସ୍ୱ ସଂଗ୍ରହ କରିଛି। ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏହାକୁ ସ୍ପଷ୍ଟ କରିଛନ୍ତି। ଇରାନର ସଂସଦୀୟ ଅଧ୍ୟକ୍ଷ ମହମ୍ମଦ ବାଗେର ଗାଲିବାଫଙ୍କ ଡେପୁଟି ହାମିଦରେଜ୍ ହାଜିବାବେଇ କହିଛନ୍ତି ଯେ, ହୋର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକରୁ ପ୍ରଥମ ଟୋଲ୍ ଟ୍ୟାକ୍ସ ମିଳିଛି।ଉଲ୍ଲେଖନୀୟ ଯେ, ବିଶ୍ୱର ତୈଳ ଏବଂ ଗ୍ୟାସ ବାଣିଜ୍ୟର ପ୍ରାୟ ଏକ ପଞ୍ଚମାଂଶ ଏହି ରାସ୍ତ ଦେଇ ଗତି କରେ। ଫେବ୍ରୁଆରୀ ୨୮ ତାରିଖରେ ,ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପର ଠାରୁ ଏହି ସମୁଦ୍ର ପଥରେ ଉତ୍ତେଜନା ଲାଗି ରହିଛି ଏବଂ ଏହାକୁ ନେଇ ଇରାନ ଏବଂ ଆମେରିକା ମୁହାଁମୁହିଁ ହୋଇଛନ୍ତି।

କହି ରଖୁଛୁ ଯେ, ପ୍ରସ୍ତାବିତ ଶାନ୍ତି ଆଲୋଚନା ବର୍ତ୍ତମାନ ଝୁଲି ରହିଛି। ଏହି କାରଣରୁ ବିଶ୍ୱବ୍ୟାପୀ ତୈଳ ମୂଲ୍ୟ ବୃଦ୍ଧି ପାଇଛି, ଇନ୍ଧନ ଇଣ୍ଟେନସିଭ୍ ବିମାନ କମ୍ପାନୀଗୁଡ଼ିକ ଅନେକ ଉଡ଼ାଣ ବାତିଲ କରିଛନ୍ତି ଏବଂ ୟୁରୋଜୋନର ବ୍ୟବସାୟିକ କାର୍ଯ୍ୟକଳାପ ୧୬ ମାସ ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଇଛି, ଏସଆଣ୍ଡପି ଗ୍ଲୋବାଲ୍ PMI ସୂଚକାଙ୍କ ଦ୍ୱାରା ଏହା ସ୍ପଷ୍ଟ ହୋଇଛି। ଅନ୍ୟପଟେ, ଇରାନ ସ୍ପଷ୍ଟ କହିଛି ଯେ, ଯେପର୍ଯ୍ୟନ୍ତ ଆମେରିକା ଏହାର ବନ୍ଦରଗୁଡ଼ିକର ଅବରୋଧ ଜାରି ରଖିବ, ସେପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ କେବଳ କିଛି ଅନୁମୋଦିତ ଜାହାଜ ପାଇଁ ଖୋଲା ରହିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି, ଇରାନ କହିଛି ଯେ, ସେ ଧମକ ଆଗରେ ମୁଣ୍ଡ ନୁଆଁଇବ ନାହିଁ କି ଏହାର ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବ ନାହିଁ।

ବିଶ୍ଳେଷକଙ୍କ ଅନୁସାରେ, ତେହେରାନ, ବିଶେଷକରି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ କର୍ପସ୍ (IRGC) ସହିତ ଜଡିତ କଠୋରପନ୍ଥୀ ନେତାମାନେ ବିଶ୍ୱାସ କରନ୍ତି ଯେ, ଏହି ଅବରୋଧ ଇରାନକୁ ଯଥେଷ୍ଟ ଆର୍ଥିକ ଚାପ ପକାଇବାକୁ ସୁଯୋଗ ଦେଉଛି। ଏଥିରେ ଅନ୍ତତଃ ଆମେରିକାକୁ ତା’ର ଦାବିରୁ ପଛକୁ ହଟିବାକୁ ପଡ଼ିବ। ତେଲ୍-ଅଭିଭ୍ ଇନଷ୍ଟିଚ୍ୟୁଟ୍ ଫର୍ ନ୍ୟାସନାଲ୍ ସିକ୍ୟୁରିଟି ଷ୍ଟଡିଜର ଡାନି ସିଟ୍ରିନୋଭିଚ୍ ସୋସିଆଲ ମିଡିଆରେ ଲେଖୁଛନ୍ତି ଯେ, ତେହେରାନ ସର୍ବଦା ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ସହ ଆର୍ଥିକ କଷ୍ଟକୁ ସହ୍ୟ କରିବାକୁ ଇଚ୍ଛୁକତା ପ୍ରଦର୍ଶନ କରିଛି। ଏଥର ପରିସ୍ଥିତି ଭିନ୍ନ ହେବ ବୋଲି ବିଶ୍ୱାସ କରିବାର କୌଣସି ଦୃଢ଼ ଆଧାର ନାହିଁ।

error: Content is protected !!