April 23, 2026

Now Odisha

Now Odisha

ଏପ୍ରିଲ ୨୭ ରୁ ଖରାଛୁଟି : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Spread the love

ଏପ୍ରିଲ ୨୭ ରୁ ଖରାଛୁଟି ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ । ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଖରାଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପାଣିପାଗର ସ୍ଥିତିକୁ ବିଚାର କରି ଆସନ୍ତା ଅପ୍ରେଲ ୨୭ ତାରିଖରୁ ରାଜ୍ୟରେ ଖରାଛୁଟି ଆରମ୍ଭ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।​ ଏ ସମ୍ପର୍କରେ ମନ୍ତ୍ରୀ ଗଣ୍ଡ ସୂଚନା ଦେଇ କହିଛନ୍ତି ଯେ, ଛୁଟିକୁ ଏନେଇ ଆଜି SRC ଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ପାଣିପାଗ ସ୍ଥିତି ଓ ତାପମାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଖରାଛୁଟି ନେଇ ସମ୍ପୂର୍ଣ୍ଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଚୂଡ଼ାନ୍ତ ବିଚାର କରିବେ ଏବଂ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

error: Content is protected !!