April 26, 2026

Now Odisha

Now Odisha

କଟକରୁ ୫୦୦ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଜବତ,୨ ଅଟକ |

Spread the love

କଟକ ଜିଲ୍ଲାର ବାରଙ୍ଗ ଅଞ୍ଚଳରେ ବେଆଇନ ଭାବେ ଏଲପିଜି ସିଲିଣ୍ଡର ସଂରକ୍ଷଣ ଓ ବଣ୍ଟନ ହେଉଥିବା ଘଟଣା ସାମ୍ନାକୁ ଆସିଛି। କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣ ଝରିଲୋ ଗ୍ରାମରେ ଥିବା ଏକ ଗୋଦାମ ଉପରେ ପୁଲିସ, ଜିଲ୍ଲା ପ୍ରଶାସନ ଓ ସିଭିଲ ସପ୍ଲାଇ ବିଭାଗର ଯୁକ୍ତ ଟିମ୍ ଚଢାଉ କରି ମୋଟ ୫୦୦ଟି ଏଲପିଜି ସିଲିଣ୍ଡର ଜବତ କରିଛି।

ନିର୍ଦ୍ଦିଷ୍ଟ ସୂଚନାର ଆଧାରରେ ଫୁଲନଖରା-ନିଆଳି ରାଜ୍ୟ ରାଜପଥ-୬୦ ପାର୍ଶ୍ୱରେ ଥିବା ଏହି ଗୋଦାମରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।ଚଢାଉ ସମୟରେ ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖିଥିବା ସହ ଘଟଣାସ୍ଥଳରୁ ୩ଟି ଗାଡ଼ି ମଧ୍ୟ ଜବତ କରାଯାଇଛି। ପରେ ଗୋଦାମଟିକୁ ସିଲ୍ କରାଯାଇଛି।

ଉଲ୍ଲେଖନୀୟ ଯେ, ଗତ ଏପ୍ରିଲ ୨୩ ତାରିଖରେ ମଧ୍ୟ ଏହି ଥାନା ଅଞ୍ଚଳର ଗଙ୍ଗେଶ୍ୱର ଅଞ୍ଚଳରୁ ୫୫୨ଟି ଏଲପିଜି ସିଲିଣ୍ଡର ଜବତ ହୋଇଥିଲା। ଏପରି ପୁନରାବୃତ୍ତି ଘଟଣା ଅଞ୍ଚଳରେ ବେଆଇନ ଗ୍ୟାସ ବ୍ୟବସାୟ ଚାଲୁଥିବାକୁ ସୂଚିତ କରୁଛି। ପୁଲିସ ଏହାର ଗଭୀର ତଦନ୍ତ ଜାରି ରଖିଛି।

error: Content is protected !!