April 26, 2026

Now Odisha

Now Odisha

ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ପକ୍ଷରୁ ଡକ୍ଟରେଟ୍ ପ୍ରଦାନ |

Spread the love

ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି।

କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡର ୭୫ତମ ସମାବର୍ତ୍ତନ ଉତ୍ସବ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୭୧ ତମ ସମ୍ମାନସୂଚକ ଡକ୍ଟରେଟ୍।ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି।

କର୍ଣ୍ଣାଟକ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଏମ୍‍ ସି ସୁଧାକର, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଏସ୍ ଏସ୍ କିରଣ କୁମାର, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ଖାନ୍‌, ଭିର୍ମସି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ କର୍ଣ୍ଣାଟକ ରାଜ୍ୟପାଳ ଥାୱାର ଚାନ୍ଦ ଗେହଲୋଟ୍ ଏହି ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରିଥିଲେ।

କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ହେଉଛି କର୍ଣ୍ଣାଟକର ୮୦ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନ। ବିଶ୍ୱବିଦ୍ୟାଳୟର ଶିକ୍ଷା ପରିଷଦ ଏବଂ ପରିଚାଳନା ବୋର୍ଡ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ ପାଇଁ ରାଜ୍ୟପାଳଙ୍କୁ ଅଚ୍ୟୁତ ସାମନ୍ତଙ୍କ ନାମ ସୁପାରିଶ କରିଥିଲେ ଏବଂ ରାଜ୍ୟପାଳଙ୍କ ଅନୁମୋଦନ ପରେ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଥିଲା।

ଏହି ସମ୍ମାନ ପାଇଁ ଅଚ୍ୟୁତ ସାମନ୍ତ କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ କହିଲେ, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ନିରନ୍ତର କାମ କରିଆସୁଛନ୍ତି। ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ। ଏହି ସମ୍ମାନ କିଟ୍‍ ଓ କିସ୍‍ କର୍ମଚାରୀଙ୍କ ପରିଶ୍ରମର ଫଳ ହୋଇଥିବାରୁ ସେ କିଟ୍‍ ଓ କିସ୍‍ର ସମସ୍ତ କର୍ମଚାରୀଙ୍କୁ ଏହି ସମ୍ମାନ ଉତ୍ସର୍ଗ କରିଛନ୍ତି ।

error: Content is protected !!