ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତେବେ ମତଦାନ ପୂର୍ବରୁ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି । ଅନ୍ୟପଟେ ଟିଏମସି କହିଛି କି, ପୁଣିଥରେ ଆମ ସରକାର ଗଠନ ହେବ ।
ତେବେ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି କି, ପଶ୍ଚିମବଙ୍ଗରେ ବିଜେପି ବିପୁଳ ଭୋଟରେ ଜିତିବ । ଏବଂ ଆମ ଦଳ ସରକାର ଗଠନ କରିବ ବୋଲି ବୋଲି ଶାହ ଦାବି କରିଛନ୍ତି ।
ଏହାସହ ଶାହ କହିଛନ୍ତି କି, ମମତା ପ୍ରଥମେ ନିଜେ ନିର୍ବାଚିତ ହୁଅନ୍ତୁ । ଏଥର ସେ କ୍ଷମତାରୁ ଯାଉଛନ୍ତି । ବଙ୍ଗରେ ବିଜେପି ସରକାର ଗଠନ କରୁଛି । ଆମ ସରକାର ମହିଳାଙ୍କୁ ସୁରକ୍ଷା, ଅନୁପ୍ରବେଶକାରୀଙ୍କୁ ବାହାରି କରିବା ଏବଂ ଶିଳ୍ପକୁ ପଶ୍ଚିମବଙ୍ଗ ଫେରାଇ ଆଣିବା ଆମର ମୁଖ୍ୟ ପ୍ରସଙ୍ଗ । ଆମେ ସରକାର ଗଠନ କରିବା ପରେ କିଭଳି ଭାବେ ଶିଳ୍ପକୁ ପୁଣିଥରେ ଫେରାଇ ଆଣିବୁ ଏବଂ କାର୍ଯ୍ୟକାରୀ କରିବୁ ଯୋଜନା କରାଯାଇଛି ।
ପ୍ରଥମ ପର୍ଯ୍ୟାୟରୁ ହିଁ ଆମେ ଜିତି ସାରିଛୁ । ୧୫୨ ଆସନରୁ ୧୧୦ ଆସନରେ ବିଜୟ ହେବା ନିଶ୍ଚୟ ବୋଲି ଦାବି କରିଛନ୍ତି ଶାହ । ଏହାସହ ବିଜେପି ପଶ୍ଚିମବଙ୍ଗରେ ଜିତିବା ପରେ ସିଏଏ ଲାଗୁ କରିବ ବୋଲି ମଧ୍ୟ କହିଛନ୍ତି । ସେପଟେ ମମତା କହିଛନ୍ତି କି, ପୁଣିଥରେ ଆମ ସରକାର ଆସିବ ।

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”