ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ତଳଗୋପବିନ୍ଧା ପଂଚାୟତ ଅଧିନ ତଳଗୋପବିନ୍ଧା ପଦାସାହି ଗ୍ରାମର ଗୋଟିଏ ପରିବାରର ଜେଜେମା ଓ ତାଙ୍କ ନାତୁଣୀ ସାଳନ୍ଦୀ ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ମୃତ ଜେଜେମାଙ୍କ ନାମ ଦୌପଦୀ ବେହେରା (୮୨) ଓ ତାଙ୍କ ନାତୁଣୀ ଲକ୍ଷ୍ମୀପ୍ରିୟା (୧୫) ବୋଲି ଜଣାପଡିଛି।ଏମାନେ ସାଳନ୍ଦୀ ନଦୀ ପାଖକୁ ଦିନ ୧ ଘଟିକା ସମୟରେ ଆମ୍ବ ତୋଳିବାକୁ ଯାଇଥିଲେ।ଆମ୍ବତୋଟା ପାଖରେ ଥିବା ଉଚ୍ଚା ନଦୀବନ୍ଧରୁ ନାତୁଣୀ ଲକ୍ଷ୍ମୀପ୍ରିୟାର ଗୋଡ ଖସିଯିବା ସମୟରେ ସେ ଜେଜେମା ଦ୍ରୌପଦୀଙ୍କ ହାତକୁ ଧରି ପକାଇଥିଲେ।ଫଳରେ ଦୁଇଜଣ ନଦୀରେ ପଡିଯାଇଥିଲେ।ସେମାନେ କିଛି ସମୟଧରି ଘରକୁ ନ ଫେରିବାରୁ ଘରଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ନଦୀ ଭିତରୁ ତାଙ୍କ ମୃତ ଦେହକୁ ପାଇଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳର ଶୋକର ଛାୟା ଖେଳି ଯାଇଛି।ଖବରପାଇ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲାପାଳ ଦିଲ୍ଲୀପ ରାଉତରାଏ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ମୃତ ପରିବାରଙ୍କୁ ସମବେଦନା ଜ୍ଞାପନ ପୂର୍ବକ ତ୍ୱରିତ ସରକାରୀ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲେ। ଅନୁରୂପ ସରପଂଚ ସଞ୍ଜୀବ ବେହେରା, ପ୍ରାଣବନ୍ଧୁ ରାଉତ, ଶ୍ରୀକାନ୍ତ ମହାଳିକ, ଗଙ୍ଗାଧର ବେହେରା, ରଞ୍ଜନ ମହାଳିକ ପ୍ରମୁଖ ବହୁ ସ୍ଥାନୀୟ ଲୋକ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ତାଙ୍କ ବାସଭବନରେ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ ମାମଲା ରୁଜୁକରିଥିବା ଜଣାଯାଇଛି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର