April 26, 2026

Now Odisha

Now Odisha

ଜୁଆଆଡ୍ଡାରେ ପୋଲିସ କଲା ଅତର୍କିତ ଚଢ଼ାଉ, ଛତ୍ରଭଙ୍ଗ କଲେ ଜୁଆଡି

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ନିକଟ ଦୁର୍ଗମ ମୁକୁନ୍ଦପୁର ଜଙ୍ଗଲରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ ଶନିବାର ସନ୍ଧ୍ୟାରେ କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ, ନୂଆପଡ଼ା ଫାଣ୍ଡି ଅଧିକାରୀ ସୁବାସ ବାୟକଙ୍କ ସମେତ ସତନ୍ତ୍ର ସ୍କ୍ବାର୍ଡ ଅତର୍କିତ ଚଢ଼ାଉ କରିଥିଲେ। ଜୁଆଡ଼ିମାନେ ଛତ୍ରଭଙ୍ଗ ହୋଇ ଘଞ୍ଚ ଜଙ୍ଗଲ ଦେଇ ଫେରାର ହୋଇଯାଇଥିଲେ।

ସେହିପରି ଚୌଧୁରୀ ଟିକରପଡ଼ା ଗ୍ରାମ ନିକଟ ବାହୁଦା ନଦୀ ଅପରପାଶର୍‌ବରେ ଥିବା ଶୈବପୀଠ ନିକଟରେ ଚାଲିଥିବା ଜୁଆଆଡ୍ଡା ସମେତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ ପାହାଡ଼ରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ ଚଢାଉ କରିଥିଲେ ମଧ୍ୟ ଜୁଆଡ଼ିିମାନେ ବିଭିନ୍ନ ରାସ୍ତାରେ ନିୟୋଜିତ ଖବରୀ ମାନଙ୍କଠାରୁ ଚଢାଉ ପୂର୍ବରୁ ଫୋନକଲ୍‌ ପାଇ ଚମ୍ପଟ ମାରିଥିବା ଜଣାପଡ଼ିଛି। କିଛି ନିର୍ଦ୍ଦିଷ୍ଟ ପେଶାଦାର ଅପରାଧୀ ରାଜନୈତିକ ଛତ୍ରଛାୟାରେ କିଛିଦିନ ହେଲା ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ରୀତିମତ ଜୁଆଆଡ୍ଡା ଚଳାଇଛନ୍ତି।

ଗୁପ୍ତ ସୂଚନା ପ୍ରକାରେ ପୋଲିସ ତତ୍କାଳ ଚଢାଉ କରିଥିଲେ ମଧ୍ୟ ସଫଳତା ପାଇନାହିଁ। ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା ସମେତ ବ୍ରହ୍ମପୁର, ଚିକିଟି,ପାତ୍ରପୁର,ଆସିକା,ସୋରଡ଼ା,ଭଞ୍ଜନଗର, ଛତ୍ରପୁର ପ୍ରଭୃତି ଅଞ୍ଚଳରୁ ଜୁଆଡିିମାନେ ଏହିସବୁ ଜୁଆଆଡ୍ଡାକୁ ଆସୁଥିବା ପୋଲିସକୁ ସୂଚନା ମିଳିଛି। ଏଥିପ୍ରତି ତିକ୍ଷ୍ଣ ନଜର ରଖାଯାଇଥିବା କେ.ନୂଆଗାଁ ଆଇଆଇସି କହିଛନ୍ତି। ନିୟମିତ ବ୍ୟବଧାନରେ ରୀତିମତ ଚଢାଉ କରାଯାଇ ଜୁଆ ଆଡ୍ଡା ଚଳାଇବାକୁ ଦିଆଯିବନାହିଁ ବୋଲି ସେ ଜଣାଇଛନ୍ତି।

error: Content is protected !!