April 27, 2026

Now Odisha

Now Odisha

ବିଜେପିର ମହିଳା ଆକ୍ରୋଶ ସମାବେଶ |

Spread the love

ରାହୁଲ,ନବୀନ, ମମତାଙ୍କ କୁଶପୁତଳିକା ଦାହ କେନ୍ଦ୍ରାପଡ଼ା,୨୬/୦୪/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ବିଜେପି ପକ୍ଷରୁ ସହରର ନୂଆବସଷ୍ଟାଣ୍ଡ ପରିସରରେ ମହିଳା ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେପିର ନାରୀନେତ୍ରୀମାନେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ବିଜେଡି ସଭାପତି ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତଳିକା ଦାହ କରିଥିଲେ ।ଏହି ଅବସରରେ ବିଜେପି ନେତ୍ରୀ ତଥା କାର୍ଯ୍ୟକ୍ରମ ସଂଯୋଜିକା ଡ. ଜ୍ୟୋସ୍ନାରାଣୀ ଜେନା ଉପରୋକ୍ତ ୩ନେତାଙ୍କ ସମେତ ସମାଜବାଦୀ ପାର୍ଟି ନେତା ତଥା ସାଂସଦ ଅଖିଳେଶ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ କୁଶପୁତଳିକାରେ ନିଆଁ ଲଗାଇ କହିଥିଲେ ଏହି ନେତାମାନେ ହେଉଛନ୍ତି ମହିଳା ବିରୋଧୀ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ସଂସଦରେ ମହିଳାମାନଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ କରିବା ପାଇଁ ବିଲ ଉପସ୍ଥାପନ କଲେ ସେହି ବିଲକୁ ଉପରୋକ୍ତ ନେତାମାନେ ବିରୋଧ କଲେ ।

ଏହି ଘଟଣାରୁ ସ୍ପଷ୍ଟ ହେଲା ଯେ ଉପରୋକ୍ତ ନେତାମାନେ ନାରୀ ଶସକ୍ତିକରଣ ବିରୋଧୀ । ଏହି ସମାବେଶରେ ରାଜକ୍ୟ ମହିଳା ବିଜେପି ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ଉପସଭାପତି ତଥା କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, କେନ୍ଦ୍ରାପଡା ବିଧାନସଭା ନେତ୍ରୀ ଗୀତାଞ୍ଜଳି ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମି ମହାପାତ୍ର, ମହାକାଳପଡା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଜିଲା ଉପସଭାପତି ମନିଷା ପଣ୍ଡା, ଜିଲା ସମ୍ପାଦିକା ଝିଲିରାଣୀ ଦାଶ, ନମିତା ବଳ, ତିଳୋତମା ବରାଳ ଓ ଜିଲା କୋଷାଧ୍ୟକ୍ଷା ସଶ୍ମିତା ସାହୁ, ବରିଷ୍ଠ ନାରୀନେତ୍ରୀ ମନିଷା ବେହେରା, ରାଜ୍ୟ ସମ୍ପାଦିକା ସୁଚିଶ୍ମିତା ପାତ୍ର, ସାମାଜିକ ଗଣମାଧ୍ୟମ ସମ୍ପାଦିକା ବିଜୟଲକ୍ଷ୍ମୀ ନନ୍ଦ, ବିଶିଷ୍ଟ ସମାଜସେବୀ ସଶ୍ମିତା ପାଢୀ, ସ୍ୱର୍ଣ୍ଣପ୍ରଭା ମହାସୁଆରଙ୍କ ସମେତ ୨ହଜାରରୁ ଉଦ୍ଧ୍ୱର୍ ମହିଳା ଉପସ୍ଥିତ ଥିଲେ ।Dailyhunt

Disclaimer: This content has not been generated, created or edited by Dailyhunt. Publisher: Odisha Samachar

ଇରାନ ଯାତ୍ରା ଏଡାଇବାକୁ ପରାମର୍ଶ, ଭାରତୀୟଙ୍କୁ ଫେରିବାକୁ ଆହ୍ୱାନ

ଇରାନ ଯାତ୍ରା ଏଡାଇବାକୁ ପରାମର୍ଶ, ଭାରତୀୟଙ୍କୁ ଫେରିବାକୁ ଆହ୍ୱାନ

The UTKAL PRAHARI

ଭୋଟ ଉତ୍ସବକୁ ବିଦେଶୀ ପ୍ରତିନିଧିମାନଙ୍କ ପ୍ରଶଂସା

ଭୋଟ ଉତ୍ସବକୁ ବିଦେଶୀ ପ୍ରତିନିଧିମାନଙ୍କ ପ୍ରଶଂସା

The UTKAL PRAHARI

error: Content is protected !!