ବରିଷ୍ଠ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ରାଜ୍ୟ ସଭା ସଦସ୍ୟ ରାଘବ ଚଢ଼ାଙ୍କ ସମେତ ୭ ଜଣ ଏମ୍ପି ଦଳ ଛାଡ଼ି ଭାଜପାରେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆପ୍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସେମାନଙ୍କୁ ଅଯୋଗ୍ୟ ଘୋଷଣା ଦାବିରେ ବରିଷ୍ଠ ଆପ୍ ନେତା ସଞ୍ଜୟ ସିଂ ରବିବାର ରାଜ୍ୟ ସଭା ଅଧ୍ୟକ୍ଷ ସି.ପି.ରାଧାକ୍ରିଷ୍ଣନଙ୍କ ନିକଟରେ ଆବେଦନ କରିଛନ୍ତି। ଚଢ଼ାଙ୍କ ନେତୃତ୍ୱରେ ଏମ୍ପିମାନେ ଦଳବଦଳ ନିରୋଧୀ ଆଇନର ବ୍ୟବସ୍ଥା ବିରୋଧରେ ଯାଇ ଭାଜପାରେ ଯୋଗଦେଇଥିବା ଏକ ଖବରଦାତା ସମ୍ମିଳନୀରେ ସଞ୍ଜୟ କହିଛନ୍ତି।
ସେମାନେ ଆପ୍ ଟିକେଟରେ ରାଜ୍ୟ ସଭାକୁ ନିର୍ୱାଚିତ ହୋଇଥିଲେ। ପରେ ସେମାନେ ଦଳ ଛାଡ଼ି ଭାଜପାରେ ଯୋଗଦେଇଥିବାରୁ ସେମାନଙ୍କ ସଦସ୍ୟତା ରଦ୍ଦ ହେବା ଆବଶ୍ୟକ ବୋଲି ସଞ୍ଜୟ ଦାବି କରିଛନ୍ତି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର