ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନୀଳମଣି ସାମଲ ୧୦୧ ଆରପାରିରେ


ଯାଜପୁର:(ପ୍ରଦ୍ୟୁମ୍ନ କୁମାର ଓଝା):- ବାଲିପଡିଆମାଟିର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ନୀଳମଣି ସାମଲଙ୍କ କଟକ ବଡ଼ ମେଡ଼ିକାଲରେ ପରଲୋକ I ବ୍ରେନ୍ ହାମରେଜ ହୋଇଛି | ତାଙ୍କର ମସ୍ତିଷ୍କାଘାତ ଯୋଗୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ ଗତକାଲି ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ଜଟିଳ ଅବସ୍ଥା ପାଇଁ ତାଙ୍କୁ ନିଉ ମେଡିସିନ୍ ବିଭାଗର ଆଇସିୟୁ ( Bed M-52 )ରେ ଭର୍ତ୍ତି କରାଯାଇଥିଲା | ମହାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣିଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ବଡ ଡାକ୍ତରଖାନାର ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି ଓ କାର୍ଡିଓଲୋଜି ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଚିକିତ୍ସକଙ୍କ ଦଳ ଗଠନ କରାଯାଇଥିଲା | ବିଶେଷଜ୍ଞ ମାନଙ୍କ ପ୍ରଚେଷ୍ଟା ସତ୍ୱେ ଶ୍ରୀଯୁକ୍ତ ସାମଲଙ୍କ ଜୀବନ ରକ୍ଷା କରିବାରେ ବିଫଳ ହୋଇଥିଲେ I ବିଶିଷ୍ଟ ସଂଗ୍ରାମୀ ନୀଳମଣି ସାମଲ ହେଉଛନ୍ତି ଓଡିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ରାଜ୍ୟ ସଭାପତି | ସେ ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ବିଭିନ୍ନ ସମୟରେ ଚାରିଥର ସମ୍ବର୍ଦ୍ଧିତ ହୋଇଛନ୍ତି | ମୃତ୍ୟୁ ବେଳକୁ କଟକ ବଡ ଡାକ୍ତରଖାନାରେ ନୀଳମଣି ବାବୁଙ୍କ ପାଖରେ ତାଙ୍କ ପୁଅ ଚନ୍ଦ୍ରକାନ୍ତ ସାମଲ ଏବଂ ଅନ୍ୟ ଆତ୍ମୀୟମାନେ ଉପସ୍ଥିତ ଥିଲେ |


error: Content is protected !!