ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏକ ଅଭାବନୀୟ କାଣ୍ଡ। ଡାକ୍ତରଙ୍କ ଭୁଲ ଇଂଜେକସନ ଯୋଗୁଁ ଜଣେ ୧୫ ବର୍ଷ ନାବାଳକର ଜୀବନ ଚାଲିଯାଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହି ଘଟଣାକୁ ନେଇ ବାସଦେବପୁର ଡାକ୍ତରଖାନାରେ ଉତେଜନା ଦେଖାଦେଇ ଉତ୍ୟକ୍ତ ଲୋକ ଭଙ୍ଗାରୁଜା କରିଛନ୍ତି ।
ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ବାସୁଦେବପୁର ପଦ୍ମପୁର ମେଳକସାହିର ଦେବକାନ୍ତ ବାରିକଙ୍କ ୧୫ ବର୍ଷର ପୁତ୍ର ରକି ବାଡ଼ିରେ ଖେଳୁଥିବା ସମୟରେ ଏକ ବାଉଁଶ କଂଟା ଗୋଡ଼ ଆଣ୍ଠୁରେ ପଶିଯାଇଥିଲା। ଫଳରେ ପରିବାର ଲୋକେ ବାସୁଦେବପୁର ଡାକ୍ତରଖାନାରେ ପହଂଚି ଡ୍ରେସିଂ କରିବା ପରେ ଡାକ୍ତରଙ୍କ ପ୍ରେସ୍କିସପନ ମୂଳେ ଇଂଜେକସନ ଦେଇଥିଲେ। ମାତ୍ର ଇଂଜେକସନ୍ ନେବାର କିଛି ସମୟ ପରେ ହଠାତ୍ ରକିର ମୃତ୍ୟୁ ଘଟିଥିଲା। ତେବେ ପୁତ୍ରର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାରଲୋକ ଏବଂ ସଂପର୍କୀୟ। ହଠାତ୍ ଏପରି ମୃତ୍ୟୁକୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦୋଷ ଦେବା ସହ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ। ଏଭଳି ଅଘଟଣର ଖବର ପାଇ ବାସୁଦେବପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

More Stories
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ
କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର