ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ଅଭିଯୁକ୍ତକୁ ବଳାତ୍କାର କରିଥିବା ଅପରାଧରେ କୁଣ୍ଢେଇଗୋଳା ଥାନା ପୋଲିସ ଗିରଫ କରିଛି। ଜଣେ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପରେ ବିବାହ ପାଇଁ ମନା କରିବାରୁ ଯୁବକକୁ ଜେଲ ଯିବାକୁ ପଡ଼ିଛି। ଯୁବକ ଜଣଙ୍କ ହେଉଛନ୍ତି ଝରାବେର୍ଣ୍ଣୀ ଗ୍ରାମର ଦିପୁ ନାଏକ(୨୨) ଓରଫ ସିପୁନ।
୫ ବର୍ଷ ହେଲା ଯୁବତୀକୁ ପ୍ରେମ କରିଥିଲା। ୨ ବର୍ଷ ହେଲା ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ମାତ୍ର ଏବେ ବିବାହ ପାଇଁ ମନା କରିବାରୁ ଯୁବତୀ ଜଣଙ୍କ ପ୍ରତାରଣାର ଶିକାର ହୋଇ ନ୍ୟାୟ ପାଇବା ପାଇଁ କୁଣ୍ଢେଇଗୋଳା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ସମସ୍ତ ପ୍ରକାର ତଥ୍ୟ ଓ ପ୍ରମାଣ ଆଧାରରେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ