April 28, 2026

Now Odisha

Now Odisha

ଅଗ୍ନି ବିପନ୍ନଙ୍କୁ ସହାୟତା ହାତ ବଢ଼ାଇଲେ ଗୋପବନ୍ଧୁ ସେବା ସଂଗଠନ l

Spread the love

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତୀଖିରୀ ଗ୍ରାମପଞ୍ଚାୟତ ଧନିଆପଡ଼ା ଗ୍ରାମର ନୃସିଂହ ମଲ୍ଲିକ’ଙ୍କ ଘରେ ଆକସ୍ମିକ ଅଗ୍ନି ସଂଯୋଗ ହୋଇ ତିନି ବଖରା ଘର ସଂପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯିବା ସହିତ ଘର’ର ସମସ୍ତ ମୂଲ୍ୟବାନ ଆସବାଭପତ୍ର ଧାନ,ଚାଉଳ,ବିରି,ମୁଗ ଠୁ ଆରମ୍ଭ କରି ଝିଅ ବିଭାଘର ନିମନ୍ତେ ସମସ୍ତ ପ୍ରକାର ସରଞ୍ଜାମ ଓ ଟଙ୍କା, ସୁନା,ଗହଣା ଇତ୍ୟାଦି ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା ।

ଏହି ଖବର ପାଇ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସେବା ସଂଗଠନ ତାଙ୍କ ନିକଟରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଥଇଥାନ ପାଇଁ ପାଲ,ଶୁଖିଲା ଖାଦ୍ୟ ଏବଂ ସମସ୍ତ ପ୍ରକାର ରାସନ ସାମଗ୍ରୀ ପ୍ରଦାନ କରିଥିଲେ l ଏବଂ କିଭଳି ସରକାରୀ ସହାୟତା ପାଇବେ ସେ ବିଷୟରେ ପ୍ରଶାସନ ନିକଟରେ ଆଲୋଚନା କରିବେ ବୋଲି ସଂଗଠନ ତରଫରୁ ପତିଶୃତି ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

error: Content is protected !!