ଜଳେଶ୍ବର : ଭାରସାମ୍ଯ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା କାର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ମୃତ ଓ ଜଣେ ଗୁରୁତର । ମୃତ ଯୁବକ ଜଳେଶ୍ବର ଥାନା ଶାଳିକୋଠା ଗାଁର ସାଗରପଣ୍ତା । ଗୁରୁତରଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଉଭୟ ଆଜି ଅପରାହ୍ନ ସମୟରେ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଏକ ମାରୁତି ସ୍ବିଫ୍ଟ କାରରେ ଯାଉଥିଲେ ।
ଖବର ମୁତାବକ ବସ୍ତା ବାଇପାସ ନିକଟରେ ଭାରସାମ୍ୟ ହରାଇ ପାଖାପାଖି ୩୦୦ ମିଟର ରାସ୍ତା ଉପରେ ଗଡିଗଡି ଆସିଥିଲା । ସେଠାରେ ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗାଡି ଭିତରେ ଥିବା ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ, ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଯୁବକ ଜଣକ ଶାନ୍ତିଆ ଅଞ୍ଚଳର ସତ୍ୟବ୍ରତ ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଗାଡି ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ