ଦେବଗଡ : ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତତ୍କାଳୀନ ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକଙ୍କୁ ପୋଲିସ ଗିରଫ କରିଛି । ଡାକ୍ତରଖାନାରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଦେବଗଡ ଥାନା ପୋଲିସ ପରମେଶ୍ୱରଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିବ ବୋଲି ଜଣାପଡିଛି ।
ଡାକ୍ତରଖାନାରେ ଆଟେଣ୍ଡାଂଟ, ଝାଡୁଦାର ଏବଂ ସୁପରଭାଇଜର ପଦବୀରେ ନିଯୁକ୍ତି ଦେବା ପାଇଁ ମୋଟା ରକମର ଟଙ୍କା ଆଦାୟ କରିଥିଲା । ଚାକିରି ପାଇଁ ୧୨ ଜଣ ଆଶାୟୀଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ହିସାବରେ ୧୫ ଲକ୍ଷ ୬୦ ହଜାର ଟଙ୍କା ଅସୁଲି କରିଥିଲା । ୨୦୨୫ ଜୁଲାଇ ମାସରେ ଟଙ୍କା ନେଇଥିବା ବେଳେ ୧୫ ଦିନ ମଧ୍ୟରେ ଚାକିରି କରାଇ ଦେବାର ପ୍ରତିଶ୍ତି ଦେଇଥିଲେ । କିନ୍ତୁ ଚାକିରି ଦେବା ବଦଳରେ ଦିନ ଗଡାଇ ଚାଲିଥିଲା ।
ନଭେମ୍ବର ମାସରେ କନ୍ଧମାଳ ଜିଲ୍ଲାକୁ ବଦଳି ପରେ ସେ ଆଉ ଧରାଛୁଆଁ ଦେଉନଥିଲା । ଠକେଇର ଶିକାର ହୋଇଥିବା କୁରଡ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା ଗତ ମାର୍ଚ୍ଚ ୧୫ ତାରିଖ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଏନଏସ ର ଦଫା ୩୧୮ (୪), ୨୯୬, ୩୫୧ (୩) ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକଙ୍କୁ ଆଜି ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ଠାରୁ ସୂଚନା ମିଳିଛି ।

More Stories
ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ
ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍ଇ-ଠିକାଦାର ଗିରଫ
ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’