କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀରେ ଜନାର୍ଦ୍ଦନପୁର ରୁ କୂଳିଆ କୁ ସଂଯୋଗ ପାଇଁ ନିର୍ମାଣାଧୀନ ବ୍ରିଜ୍ ରେ କାମ କରୁଥିବା ଶ୍ରମିକ ନଦୀ ଗର୍ଭକୁ ଖସି ପଡି ଭାସିଯାଇ ନିଖୋଜ ରହିଛନ୍ତି । ନିର୍ମାଣାଧୀନ ଖୁଣ୍ଟ ର ସେଣ୍ଟରିଙ୍ଗ କାମ କରୁଥିବା ବେଳେ ଶ୍ରମିକ ଜଣକ ନଦୀ ଗର୍ଭକୁ ଖସି ନଦୀରେ ବୁଡି ନିଖୋଜହୋଇ ଯାଇଛି ।
ଖବର ପାଇ ଘଟଣା ସ୍ଥଳରେ ନେମାଳ ଓ ସାଲେପୁର ଥାନା ର ଉଭୟ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପ୍ରଶାସନ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ତେବେ ନାରାୟଣ ଦାଶ କନଷ୍ଟ୍ରକସନ କମ୍ପାନୀ (ଏନ ଡି ସି )ପକ୍ଷରୁ ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥାକରି ନଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ନିଖୋଜ ଶ୍ରମିକ ମାହାଙ୍ଗା ଏରକଣା ର ଘନଶ୍ୟାମ ପ୍ରଧାନଙ୍କ ବଡ ପୁଅ ଗଣେଶ୍ଵର ପ୍ରଧାନ ବୋଲି ଜଣା ପଡ଼ିଛି । ଘଟଣା ପରେ କମ୍ପାନୀ ର କର୍ମଚାରୀ ମାନେ ଅଫିସ ବନ୍ଦ କରି ଫେରାର ହୋଇଯାଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ଏହି ସେତୁ କାର୍ୟ୍ୟ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ କରାଯାଉଛି । ଗ୍ରାମ ଉନ୍ନୟନ ବିଭାଗର କୌଣସି ଅଧିକାରୀ କାମବେଳେ ଉପସ୍ଥିତ ରହୁନଥିବା ଅଭିଯୋଗ ହେଉଛି । ନିଖୋଜ ଶ୍ରମିକର ସମ୍ପର୍କୀୟ ମାନେ ଘଟଣା ସ୍ଥଳରେ ପହଂଚି କ୍ଷତିପୂରଣ ଦାବି କରିଛନ୍ତି ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ