ରାଞ୍ଚି: ରବିବାର ଦିନ ଝାଡ଼ଖଣ୍ଡରେ ଗିରିଡିହ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ଗୁପଚୁପ୍ ଖାଇ ଛଅ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ୪୩ ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି। ମୃତକଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ସେମାନେ ଜଣେ ସ୍ଥାନୀୟ ଗୁପଚୁପ୍ ବିକ୍ରେତାଙ୍କଠାରୁ ଗୁପଚୁପ୍ ଏବଂ ଖଟା ପାଣି ଖାଇଥିଲେ। ପୂରା ପରିବାର ସମେତ ଗାଁର ଅନ୍ୟ ଲୋକମାନେ ବି ତାଙ୍କ ଠାରୁ ଖାଇଥିଲେ।
ତାର କିଛି ସମୟ ପରେ ଶିଶୁ, ମହିଳା ଏବଂ ପୁରୁଷ ସମେତ ୪୩ ରୁ ଅଧିକ ବ୍ୟକ୍ତି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାମ କିଶୋର ବର୍ମାଙ୍କ ଛଅ ବର୍ଷୀୟ ପୁଅ ରଞ୍ଜନ କୁମାରଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। କ’ଣ ହୋଇଥିଲା ସେଦିନ ?
ଘଟଣା ଶନିବାର ସନ୍ଧ୍ୟାର। ଗାଁକୁ ଜଣେ ଗୁପଚୁପ୍ ଦୋକାନୀ ଠେଲା ନେଇ ଆଶିଥିଲା। ଯାହାଙ୍କ ଠାରୁ ପିଲାଙ୍କ ଠୁ ନେଇ ବୟସ୍କ ପର୍ଯ୍ୟନ୍ତ ଅନେକ ଲୋକ ଖାଇଥିଲେ। ରାତି ପର୍ଯ୍ୟନ୍ତ ସମସ୍ତେ ଭଲ ଥିଲେ।
କିନ୍ତୁ, ରବିବାର ସକାଳେ, ପିଲାମାନଙ୍କ ଅବସ୍ଥା ହଠାତ୍ ଖରାପ ହେବାକୁ ଲାଗିଥିଲା। ଜଣେ ସ୍ଥାନୀୟ ଲୋକ କହିଛନ୍ତି, କିଛି ସମୟ ପରେ ସମସ୍ତେ ବାନ୍ତି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଭୋଗିଥିଲେ। ପରେ ପୂରା ଗାଁରେ ଆତଙ୍କ ସୃଷ୍ଟି ହୋଇଥିଲା। ଦୁଃଖର କଥା ହେଉଛି ବାଜାଟୋର ବାସିନ୍ଦା ରାମକିଶୋର ବର୍ମାଙ୍କ ପତ୍ନୀ ରିଙ୍କି ଦେବୀ (୪୦) ତାଙ୍କ ପୁଅ ରଞ୍ଜନ କୁମାର (୬) ଏବଂ ପ୍ରିନ୍ସ କୁମାର (୧୧) ଏକାଠି ଚାଟ୍ ଏବଂ ଗୁପଚୁପ୍ ଖାଇଥିଲେ।
ମାଆ ଏବଂ ତାଙ୍କ ଦୁଇ ପୁଅଙ୍କ ଅବସ୍ଥା ଖରାପ ହେବାରୁ, ରବିବାର ବିଳମ୍ବିତ ସନ୍ଧ୍ୟାରେ ତିନି ଜଣଙ୍କୁ ସଦର ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲକୁ ଆଣିବା ପରେ ରଞ୍ଜନଙ୍କ ତୁରନ୍ତ ମୃତ୍ୟୁ ହୋଇଥିଲା, ଯେତେବେଳେ ତାଙ୍କ ମାଆ ରିଙ୍କି ଏବଂ ଭାଇ ପ୍ରିନ୍ସ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପରେ, ପୋଲିସ ଗୁପଚୁପ୍ ବିକ୍ରେତାଙ୍କୁ ହେପାଜତକୁ ନେଇ ପଚରାଉଚୁରା ଆରମ୍ଭ କରିଛି। ଏହା ସହିତ, ଖାଦ୍ୟ ସୁରକ୍ଷା ବିଭାଗକୁ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ