ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଡଝାଡ ଗ୍ରାମ ପଞ୍ଚାୟତ ଗୋବରଧୂଳି ଗ୍ରାମରେ । ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଗୋବରଧୂଳି ଖଳା ପୋଖରୀରେ ଗାଧେଇବାକୁ ଯାଇ ଯୁବକ ଜଣକ ବହୁ ସମୟ ଧରି ଘରକୁ ଫେରି ନ ଥିଲେ। ଦୀର୍ଘ ସମୟ ଆଉ ନ ଫେରିବାରୁ ପରିବାର ଲୋକ ମାନେ ଖୋଜା ଖୋଜି କରିଥିଲେ। ଉକ୍ତ ଘଟଣା ପ୍ରଘଟ ହେବା ପରେ ଗ୍ରାମର ଯୁବକ ମନେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶେଷରେ ସନ୍ଦେହ କରି ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଉକ୍ତ ପୋଖରୀ ରୁ ମୃତ ଯୁବକ କୁ ଉଦ୍ଧାର କରିଥିଲେ। ମୃତ ଯୁବକ ହେଉଛନ୍ତି ଗୋଲଖ ପାହାନ ଙ୍କ ପୁଅ ବାଦଲ ପାହାନ। ଉକ୍ତ ଖବର ପାଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ କୁ ଜବତ କରିଛି।
ପୁରୀ ରୁ କୈଳାଶ ଚନ୍ଦ୍ର ପଟନାୟକ ଙ୍କ ରିପୋର୍ଟ ନାଓ ଓଡିଶା ନ୍ୟୁଜ

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ